ବୃହସ୍ପତିର ଉପଗ୍ରହକୁ ନାସା ପ୍ରେରଣ କଲା ‘ୟୁରୋପା କ୍ଲିପର’

ନୂଆଦିଲ୍ଲୀ: ବୃହସ୍ପତିର ଉପଗ୍ରହ ୟୁରୋପା ଅନେକ ବର୍ଷ ହେଲା କେବଳ ବୈଜ୍ଞାନିକମାନଙ୍କ ପାଇଁ ନୁହେଁ ବରଂ ଲେଖକ, ସିନେମା ନିର୍ମାତା ଆଦିମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମହାକାଶରେ ଥିବା ଏହି ମହାଜାଗତିକ ବସ୍ତୁର ଉପରିଭାଗ ବହୁମାତ୍ରାରେ ବରଫାବୃତ ହୋଇ ରହିଛି। କିନ୍ତୁ ବରଫର ପୃଷ୍ଠଭାଗ ତଳେ କ’ଣ ରହିଛି ତାହା ଜାଣିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ନାସା ପକ୍ଷରୁ ‘ୟୁରୋପା କ୍ଲିପର’ ଯାନ ଫ୍ଲୋରିଡ଼ାର […]

Samaya Live Picture
Published On

ନୂଆଦିଲ୍ଲୀ: ବୃହସ୍ପତିର ଉପଗ୍ରହ ୟୁରୋପା ଅନେକ ବର୍ଷ ହେଲା କେବଳ ବୈଜ୍ଞାନିକମାନଙ୍କ ପାଇଁ ନୁହେଁ ବରଂ ଲେଖକ, ସିନେମା ନିର୍ମାତା ଆଦିମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମହାକାଶରେ ଥିବା ଏହି ମହାଜାଗତିକ ବସ୍ତୁର ଉପରିଭାଗ ବହୁମାତ୍ରାରେ ବରଫାବୃତ ହୋଇ ରହିଛି। କିନ୍ତୁ ବରଫର ପୃଷ୍ଠଭାଗ ତଳେ କ’ଣ ରହିଛି ତାହା ଜାଣିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ନାସା ପକ୍ଷରୁ ‘ୟୁରୋପା କ୍ଲିପର’ ଯାନ ଫ୍ଲୋରିଡ଼ାର କେନେଡି ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଏହି ମିସନର ମୂଳ ଉଦ୍ଦେଶ୍ୟ ହେଲା ସେଠାରେ ଜୀବନ ବଞ୍ଚିବା ପାଇଁ ଉପଯୁକ୍ତ ପରିବେଶ ରହିଛି କି ନାହିଁ ତାହା ଜାଣିବା। ଗତ ଶତାବ୍ଦୀର ନବେ ଦଶକରେ ଗାଲିଲିଓ ମହାକାଶଯାନ ବୈଜ୍ଞାନିକ ସମୁଦାୟଙ୍କୁ ଚକିତ କରିବା ଭଳି ଏକ ଖବର ଦେଇଥିଲା। ୟୁରୋପାର ବରଫାବୃତ ପୃଷ୍ଠଭୂମି ତଳେ ଏକ ମହାସାଗର ରହିଥିବା ନେଇ ଉତ୍କଣ୍ଠା ସୃଷ୍ଟିକାରୀ ପ୍ରମାଣ ମିଳିବା ପରେ ଏହି ମହାଜାଗତିକ ବସ୍ତୁ ସଂପର୍କରେ ଜାଣିବା ଲାଗି ଉତ୍ସାହ ସୃଷ୍ଟି ହୋଇଛି। ଏସବୁ ବିଷୟରେ ଜାଣିବା ପାଇଁ ନାସା ପକ୍ଷରୁ ୟୁରୋପା କ୍ଲିପର ମିସନ ଆରମ୍ଭ ହୋଇଛି। ୫ ବିଲିଅନ ଡଲାରର ଏହି ପ୍ରକଳ୍ପରେ ମହାକାଶ ଯାନଟି ୬ବର୍ଷ ଯାତ୍ରା କରିବ। ପ୍ରାୟ ୨୯୦ କୋଟି କିଲୋମିଟର ଯାତ୍ରା କରିବା ପରେ ଏହି ମହାକାଶ ଯାନଟି ୟୁରୋପାର ଚାରିପଟେ ୪୯ ଥର ବୁଲିବ। ଏହି ମହାକାଶ ଯାନରେ ୯ଟି ଅତ୍ୟାଧୁନିକ ଉପକରଣ ରହିଛି। ସେଥିରେ ବରଫ ଭିତରୁ ଅନୁଧ୍ୟାନ କରି ପାରୁଥିବା ରାଡାର, କ୍ୟାମେରା ଏବଂ ସ୍ପେକ୍ଟୋମିଟର ରହିଛି।

Tags: