ବୁଲା କୁକୁର ଅପେକ୍ଷା ଇଡି ଅଧିକ ବୁଲୁଛି : ଗେହଲଟ
ଜୟପୁର: ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ରାଜସ୍ଥାନରେ କିଛି କଂଗ୍ରେସ ନେତାଙ୍କ ଘରେ ଚଢ଼ଉ କରିବାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଇଡିକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲଟ କହିଛନ୍ତି, ଇଡି ବୁଲା କୁକୁର ଅପେକ୍ଷା ଅଧିକ ବୁଲୁଛି। ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଗେହଲଟ କହିଛନ୍ତି , ଇଡି ଏବେ ବୁଲା କୁକୁରଙ୍କଠାରୁ ଅଧିକ ବୁଲୁଛି। ଗେହଲଟ କହିଛନ୍ତି, ମୁଁ ଇଡି ଏବଂ ସିବିଆଇ ମୁଖ୍ୟଙ୍କଠାରୁ ସମୟ ମାଗିଥିଲି। କିନ୍ତୁ ଏବେ […]
ଜୟପୁର: ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ରାଜସ୍ଥାନରେ କିଛି କଂଗ୍ରେସ ନେତାଙ୍କ ଘରେ ଚଢ଼ଉ କରିବାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଇଡିକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲଟ କହିଛନ୍ତି, ଇଡି ବୁଲା କୁକୁର ଅପେକ୍ଷା ଅଧିକ ବୁଲୁଛି। ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଗେହଲଟ କହିଛନ୍ତି , ଇଡି ଏବେ ବୁଲା କୁକୁରଙ୍କଠାରୁ ଅଧିକ ବୁଲୁଛି। ଗେହଲଟ କହିଛନ୍ତି, ମୁଁ ଇଡି ଏବଂ ସିବିଆଇ ମୁଖ୍ୟଙ୍କଠାରୁ ସମୟ ମାଗିଥିଲି। କିନ୍ତୁ ଏବେ ଏଗୁଡ଼ିକ ରାଜନୈତିକ ଅସ୍ତ୍ରରେ ପରିଣତ ହୋଇଗଲାଣି। ମୋଦୀଜୀ ନିଜେ ଜାଣିପାରୁନାହାନ୍ତି ଯେ ଏବେ ତାଙ୍କର ଅବଗଣନା ଆରମ୍ଭ ହୋଇଗଲାଣି। ସେ ଏବେ ଆମର ଗ୍ୟାରେଣ୍ଟି ମଡେଲକୁ ଅନୁକରଣ କରୁଛନ୍ତି ବୋଲି ଗେହଲଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ଇଡି ରାଜସ୍ଥାନରେ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦତସରାଙ୍କ ଜୟପୁର ଏବଂ ସିକର ସ୍ଥିତ ବାସଭବନରେ ଚଢ଼ଉ କରିଥିଲା ଏବଂ ଫେମା ମାମଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ସମନ୍ କରିଥିଲା। ଗେହଲଟ ଏଥିପାଇଁ ଇଡିକୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି ଗେହଲଟ ଦାବି କରିଛନ୍ତି।




