ବୁଧବାର ଶେଷ ‌ହୋଇପାରେ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ, ୨୮/୩ : ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି କିମ୍ବା ବୁଧବାର ଶେଷ ‌ହୋଇପାରେ। ମାର୍ଚ୍ଚ ୧୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧି‌ବେଶନ ଆରମ୍ଭ ହେବାଠାରୁ ଏଯାବତ କୌଣସି ଗୋଟିଏ ଦିନ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇନାହିଁ। ଚଳିତ ଅଧିବେଶନରେ ସରକାର କେବଳ ୨ଟି ବିଲ୍‌ ଗୃହୀତ କରିବାରେ ସଫଳ ହୋଇଛନ୍ତି। ପ୍ରତିଦିନ ଗୃହକାର୍ଯ୍ୟରେ ବାଧା ଉପୁଜିଥିବାରୁ ଅଧିବେଶନ ଆଗୁଆ ଶେଷ ହୋଇପାରେ। ଜଣେ ବରିଷ୍ଠ ସଂସଦୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ […]

Samaya Live Picture
Published On

ନୂଆଦିଲ୍ଲୀ, ୨୮/୩ : ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି କିମ୍ବା ବୁଧବାର ଶେଷ ‌ହୋଇପାରେ। ମାର୍ଚ୍ଚ ୧୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧି‌ବେଶନ ଆରମ୍ଭ ହେବାଠାରୁ ଏଯାବତ କୌଣସି ଗୋଟିଏ ଦିନ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇନାହିଁ। ଚଳିତ ଅଧିବେଶନରେ ସରକାର କେବଳ ୨ଟି ବିଲ୍‌ ଗୃହୀତ କରିବାରେ ସଫଳ ହୋଇଛନ୍ତି। ପ୍ରତିଦିନ ଗୃହକାର୍ଯ୍ୟରେ ବାଧା ଉପୁଜିଥିବାରୁ ଅଧିବେଶନ ଆଗୁଆ ଶେଷ ହୋଇପାରେ। ଜଣେ ବରିଷ୍ଠ ସଂସଦୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ‌ହେବାଦିନରୁ ହିଁ ଉଭୟ ଆଦାନୀ -ହିଣ୍ଡେନବର୍ଗ ପ୍ରସଙ୍ଗ ଏବଂ ରାହୁଲଙ୍କ ଗଣତନ୍ତ୍ର ଟିପ୍ପଣୀ ପ୍ରସଙ୍ଗରେ ଗୃହ‌ରେ ହୋହଲ୍ଲା ଏବଂ ହଟ୍ଟଗୋଳ ହୋଇଛି। ବିରୋଧୀ ନେତାମାନେ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିବାବେଳେ ବିଜେପି ନେତାମାନେ ରାହୁଲଙ୍କ ଗଣତନ୍ତ୍ର ଟିପ୍ପଣୀ ପାଇଁ କ୍ଷମା ଦାବି କରିଛନ୍ତି। ଗତକାଲି ବିରୋଧୀ ସାଂସଦମାନେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ସଂସଦରେ କଳା ପୋଷାକ ଆନ୍ଦୋଳନ କରିଥିଲେ।

Tags: