ବୁଡ଼ାଜାହାଜ ଫସିଯିବାରୁ ଅଫିସରଙ୍କ ସମେତ ୫୫ ଚୀନ୍ ନାବିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଚୀନ୍ର ପ୍ରାୟ ୫୫ ନାବିକଙ୍କର ମୃତ୍ୟୁ ହୋଇଯାଇଛି। ୟେଲୋ ସାଗରରେ ବିଦେଶୀ ଜାହାଜ ପାଇଁ ଡିଜାଇନ ହୋଇଥିବା ଏକ ଟ୍ରାପ୍ରେ ଚୀନ୍ ନାବିକଙ୍କ ଜାହାଜ ଫସିଯିବା ଫଳରେ ୫୫ ଚୀନ୍ ନାବିକଙ୍କ ମୃତ୍ୟୁ ହୋଇଯାଇଛି। ବୁଡ଼ାଜାହାଜର ଅକ୍ସିଜେନ ସିଷ୍ଟମ୍ ଅଚଳ ହୋଇଯିବା ଫଳରେ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଚୀନ୍ର ପିଏଲ୍ଏ ନୌସେନାର ବୁଡ଼ାଜାହାଜ ‘୦୯୩-୪୧୭’ର କ୍ୟାପଟେନ୍ ଏବଂ ୨୧ ଅନ୍ୟ ଅଫିସରଙ୍କ ସମେତ ମୋଟ୍ ୫୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। […]
ନୂଆଦିଲ୍ଲୀ : ଚୀନ୍ର ପ୍ରାୟ ୫୫ ନାବିକଙ୍କର ମୃତ୍ୟୁ ହୋଇଯାଇଛି। ୟେଲୋ ସାଗରରେ ବିଦେଶୀ ଜାହାଜ ପାଇଁ ଡିଜାଇନ ହୋଇଥିବା ଏକ ଟ୍ରାପ୍ରେ ଚୀନ୍ ନାବିକଙ୍କ ଜାହାଜ ଫସିଯିବା ଫଳରେ ୫୫ ଚୀନ୍ ନାବିକଙ୍କ ମୃତ୍ୟୁ ହୋଇଯାଇଛି। ବୁଡ଼ାଜାହାଜର ଅକ୍ସିଜେନ ସିଷ୍ଟମ୍ ଅଚଳ ହୋଇଯିବା ଫଳରେ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଚୀନ୍ର ପିଏଲ୍ଏ ନୌସେନାର ବୁଡ଼ାଜାହାଜ ‘୦୯୩-୪୧୭’ର କ୍ୟାପଟେନ୍ ଏବଂ ୨୧ ଅନ୍ୟ ଅଫିସରଙ୍କ ସମେତ ମୋଟ୍ ୫୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଚୀନ୍ ଏଭଳି କୌଣସି ଘଟଣା ଘଟିନଥିବା କହିଛି। ଫସି ଯାଇଥିବା ବୁଡ଼ାଜାହାଜକୁ ଉଦ୍ଧାର ପାଇଁ ଅନ୍ତର୍ଜାତୀୟ ସହାୟତାକୁ ମଧ୍ୟ ଏହା ପ୍ରତ୍ୟାଖ୍ୟାନ କରିଛି।




