ବୀମା ଅର୍ଥ ନିମନ୍ତେ ଭିକାରୀକୁ ଟ୍ରକ୍‌ ମଡ଼ାଇ ହତ୍ୟା, ଦୁଇ ଗିରଫ

ଜୟପୁର: ବୀମା ଅର୍ଥ ହାତେଇବାକୁ ଜଣେ ବ୍ୟକ୍ତି ଏକ ଭିକାରୀକୁ ଟ୍ରକ୍‌ ଚପାଇ ହତ୍ୟା କରିଥିଲା। ଶରୀରଟି ନିଜର ବୋଲି ପ୍ରମାଣିତ କରିବାକୁ ଭିକାରୀର ମୃତଦେହ ନିକଟରେ ନିଜର ପରିଚୟପତ୍ର ପକାଇଦେଇଥିଲା। ଏହି ମାମଲାରେ ରାଜସ୍ଥାନ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି ଓ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ପୁଲିସର ସୂଚନାନୁସାରେ, ୧ ଡିସେମ୍ବରରେ ବଂଶୱାରା ଜିଲ୍ଲା ଝେରାବାଡ଼ି ଗାଁ ନିକଟରେ ଏକ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ପଡ଼ିଥିବା ଏକ ବ୍ୟାଗ୍‌ରୁ ମିଳିଥିବା […]

Samaya Live Picture
Published On

ଜୟପୁର: ବୀମା ଅର୍ଥ ହାତେଇବାକୁ ଜଣେ ବ୍ୟକ୍ତି ଏକ ଭିକାରୀକୁ ଟ୍ରକ୍‌ ଚପାଇ ହତ୍ୟା କରିଥିଲା। ଶରୀରଟି ନିଜର ବୋଲି ପ୍ରମାଣିତ କରିବାକୁ ଭିକାରୀର ମୃତଦେହ ନିକଟରେ ନିଜର ପରିଚୟପତ୍ର ପକାଇଦେଇଥିଲା। ଏହି ମାମଲାରେ ରାଜସ୍ଥାନ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି ଓ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ପୁଲିସର ସୂଚନାନୁସାରେ, ୧ ଡିସେମ୍ବରରେ ବଂଶୱାରା ଜିଲ୍ଲା ଝେରାବାଡ଼ି ଗାଁ ନିକଟରେ ଏକ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ପଡ଼ିଥିବା ଏକ ବ୍ୟାଗ୍‌ରୁ ମିଳିଥିବା ପ୍ରମାଣପତ୍ରରେ ନରେନ୍ଦ୍ର ସିଂହ ରାଓତ ବୋଲି ଉଲ୍ଲେଖ ଥିଲା। ପରିଚୟ ପତ୍ର ଆଧାରରେ ପୁଲିସ ରାଓତଙ୍କ ପରିବାରକୁ ଭେଟିଥିଲେ। ତେବେ ପରିବାର ସଦସ୍ୟ ଏହା ନରେନ୍ଦ୍ରଙ୍କ ନୁହେଁ ବୋଲି କହିଥିଲେ। ଏଥିରେ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା ଓ ଅନୁସନ୍ଧାନକୁ ଆହୁରି ସଂଗଠିତ କରିଥିଲା। ଶେଷରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚିତ କରିଥିଲା। ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ର ସିଂହ ରାୱତ୍‌ ଅନେକ ଟଙ୍କାର ଋଣ କରିଥିଲା। ଏଥିରୁ ମୁକ୍ତି ପାଇବାକୁ ସେ ଏକ ଅପରାଧିକ ମାର୍ଗ ବାଛିଥିଲା। ଭୈରୁରାଲ୍‌ ଓ ଟ୍ରକ୍‌ ଚାଳକ ଇବ୍ରାହିମ୍‌ର ସହାୟତା ନେଇଥିଲେ। ସେମାନେ, ନଭେମ୍ବର ୩୦ରେ କୋଟାରୁ ଜଣେ ଭିକାରୀ ତୁଫାନ୍‌ ସିଂହକୁ ଗୁଜରାଟରେ ଚାକିରି କରାଇଦେବି ବୋଲି ଆଣିଥିଲେ। ତାକୁ ମଦ ପିଆଇ ଅଚେତ କରାଇଥିଲେ। ଏହାପରେ ତାକୁ ରାଜପଥ ଉପରେ ରଖିଦେଇଥିଲେ। ଅଚେତ ଶରୀର ଉପରେ ଟ୍ରକ୍‌ ଚାଳକ ଇବ୍ରାହିମ୍‌ ଟ୍ରକ୍‌ ଚଳାଇଥିଲା। ଏଥି‌ରେ ତୁଫାନ୍‌ର ତୁରନ୍ତ ମୃତ୍ୟୁ ଘଟିଥିଲା। ପୁଲିସ ଭୈରୁରାଲ୍‌ ଓ ଇବ୍ରାହିମ୍‌କୁ ଗିରଫ କରିଛି, କିନ୍ତୁ ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ର ସିଂହ ଫେରାର୍‌ ରହିଛି।

Tags: