ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀ ଇଣ୍ଡି-ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ ବିରୋଧୀ । ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ହେଲେ INDIA ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ । ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି AICC ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ । ବି. ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି । ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶ ଦାତା ମଧ୍ୟ ରହିଥିଲେ ସୁଦର୍ଶନ ରେଡ୍ଡୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ […]
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ ବିରୋଧୀ । ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ହେଲେ INDIA ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ । ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି AICC ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ । ବି. ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି । ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶ ଦାତା ମଧ୍ୟ ରହିଥିଲେ ସୁଦର୍ଶନ ରେଡ୍ଡୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୧୯୪୬ ଜୁଲାଇ ୮ ରେ ଆନ୍ଦ୍ରପ୍ରଦେଶ ରାଂଗାରେଡ଼ି ଜିଲ୍ଲାରେ ହୋଇଥିଲା । ସେ ୧୯୭୧ ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲାତି ଆରମ୍ଭ କରିଥିଲେ । ଏହାପରେ ୧୯୮୮-୯୦ ମଧ୍ୟରେ ଆନ୍ଧ୍ର ହୋଇକୋର୍ଟରେ ରିଟ ଓ ସିଭିଲ ମାମଲାର ଅଭ୍ୟାସ କରି ହାଇକୋର୍ଟର ସ୍ଥାୟୀ ସରକାରୀ ଓକିଲ ହୋଇଥିଲେ । ସେ ୨୦୧୩ ରେ ଗୋଆର ପ୍ରଥମ ଲୋକାୟୁକ୍ତ ଦାୟିତ୍ୱ ନେଇ ଇସ୍ତଫା ଦେଇଥିଲେ । ଏହାସହ ସେ ଗୌହାଟୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିଥିଲେ । ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ସୁପ୍ରିମ କୋର୍ଟରେ ବିଚାରପତି ରହିଥିଲେ ।
ଅନ୍ୟପଟେ ସିପି ରାଧାକୃଷ୍ଣନ NDA ର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଅବସ୍ଥାପିତ ଅଛନ୍ତି । NDA ଉପାଧ୍ୟକ୍ଷ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।




