ବିିମାନ ଖରାପ ଯୋଗୁଁ ଭାରତରେ ଫସିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁୁଡୋ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରବିବାର ଦିନ ଦିଲ୍ଲୀ ଛାଡ଼ି ସ୍ବଦେଶ ଫେରିଥାନ୍ତେ। କିନ୍ତୁ ଟ୍ରୁଡୋଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ଭାରତରେ ଅଟକିବାକୁ ପଡ଼ିଛି। ଜାଣିବାକୁ ମିଳିଛି ଯେ ଟ୍ରୁଡୋ ଏଯାବତ ଭାରତରେ ଅଛନ୍ତି। ଇତି ମଧ୍ୟରେ ଟ୍ରୁଡୋଙ୍କ ନେବାପାଇଁ କାନାଡ଼ାରୁ ଭାରତ ଆସିଥିବା ଅନ୍ୟ ଏକ ବିମାନର ଲଣ୍ଡନକୁ ଦିଗ ପରିବର୍ତ୍ତନ କରାଯାଇଛି। ବିମାନଟି ରୋମ୍‌ ଦେଇ ଦିଲ୍ଲୀ ଆସୁଥିବାବେଳେ କୌଣସି କାରଣ ପାଇଁ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରବିବାର ଦିନ ଦିଲ୍ଲୀ ଛାଡ଼ି ସ୍ବଦେଶ ଫେରିଥାନ୍ତେ। କିନ୍ତୁ ଟ୍ରୁଡୋଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ଭାରତରେ ଅଟକିବାକୁ ପଡ଼ିଛି। ଜାଣିବାକୁ ମିଳିଛି ଯେ ଟ୍ରୁଡୋ ଏଯାବତ ଭାରତରେ ଅଛନ୍ତି। ଇତି ମଧ୍ୟରେ ଟ୍ରୁଡୋଙ୍କ ନେବାପାଇଁ କାନାଡ଼ାରୁ ଭାରତ ଆସିଥିବା ଅନ୍ୟ ଏକ ବିମାନର ଲଣ୍ଡନକୁ ଦିଗ ପରିବର୍ତ୍ତନ କରାଯାଇଛି। ବିମାନଟି ରୋମ୍‌ ଦେଇ ଦିଲ୍ଲୀ ଆସୁଥିବାବେଳେ କୌଣସି କାରଣ ପାଇଁ ଏହାର ଦିଗ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ସକାଳେ ଟ୍ରୁଡୋ ଦିଲ୍ଲୀ ଛାଡ଼ିଥାନ୍ତେ। କିନ୍ତୁ ଏଥିରେ ପୁଣିଥରେ ବିଳମ୍ବ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୮ ତାରିଖରେ ଟ୍ରୁଡୋ ତାଙ୍କ ପୁଅ ଜାଭିୟରଙ୍କ ସହ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ପହଞ୍ଚିଥିଲେ।

Tags: