ବିହାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ର ଅସୁସ୍ଥ

ପାଟନା : ବିହାରର ସିତାମଢ଼ିର ଏକ ସ୍କୁଲ୍‌ରେ ପ୍ରାୟ ୫୦ ଜଣ ସ୍କୁଲ୍‌ ଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସିତାମଢ଼ିର ଡୁମରା ବ୍ଲକ୍‌ର ଏକ ସ୍କୁଲ୍‌ରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାପରେ ହଠାତ ବାନ୍ତି କରିବାରୁ ଏବଂ ସେମାନଙ୍କ ପେଟ କାଟିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ପିଲାମାନଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି। ଭଲଭାବେ ସ୍ବାସ୍ଥ୍ୟ ଯାଞ୍ଚ କରିବାପରେ ସେମାନଙ୍କୁ ଛଡ଼ାଯିବ। ପିଲାମାନଙ୍କ ଅଭିଯୋଗ […]

Samaya Live Picture
Published On

ପାଟନା : ବିହାରର ସିତାମଢ଼ିର ଏକ ସ୍କୁଲ୍‌ରେ ପ୍ରାୟ ୫୦ ଜଣ ସ୍କୁଲ୍‌ ଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସିତାମଢ଼ିର ଡୁମରା ବ୍ଲକ୍‌ର ଏକ ସ୍କୁଲ୍‌ରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାପରେ ହଠାତ ବାନ୍ତି କରିବାରୁ ଏବଂ ସେମାନଙ୍କ ପେଟ କାଟିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ପିଲାମାନଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି। ଭଲଭାବେ ସ୍ବାସ୍ଥ୍ୟ ଯାଞ୍ଚ କରିବାପରେ ସେମାନଙ୍କୁ ଛଡ଼ାଯିବ। ପିଲାମାନଙ୍କ ଅଭିଯୋଗ ଅନୁଯାୟୀ ଖାଦ୍ୟରେ ଝିଟିପିଟି ପଡ଼ି ଯାଇଥିଲା ଏବଂ ସେହି ସମାନ ଖାଦ୍ୟ ସେମାନେ ଖାଇଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: