ବିହାର ସିୱନରେ ଏଆଇଏମ୍ଆଇଏମ୍ ନେତାଙ୍କୁ ଗୁଳି କରି ହତ୍ୟା
ପାଟନା : ବିହାର ସିୱନ ଜିଲ୍ଲାରେ ଏଆଇଏମ୍ଆଇଏମ୍ ନେତା ଅରିଫ ଜମଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜମଲ ସିୱନରେ ଦଳର ଜିଲ୍ଲା ସଭାପତି ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକି୍ତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଘଟଣା ପଛର କାରଣ କ’ଣ ଜାଣିବାକୁ ଚେଷ୍ଟା କରିଛି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାାଶ କରି ଆରଜେଡି ମୁଖପାତ୍ର ଏଜାଜ ଅହମଦ କହିଛନ୍ତି, ଏହା […]
ପାଟନା : ବିହାର ସିୱନ ଜିଲ୍ଲାରେ ଏଆଇଏମ୍ଆଇଏମ୍ ନେତା ଅରିଫ ଜମଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜମଲ ସିୱନରେ ଦଳର ଜିଲ୍ଲା ସଭାପତି ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକି୍ତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଘଟଣା ପଛର କାରଣ କ’ଣ ଜାଣିବାକୁ ଚେଷ୍ଟା କରିଛି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାାଶ କରି ଆରଜେଡି ମୁଖପାତ୍ର ଏଜାଜ ଅହମଦ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଗୁଳିକାଦଣ୍ଡରେ ଯେଉଁମାନେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦୋଷୀ ଛାଡ଼ ପାଇବନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବିଜେପି ମୁଖପାତ୍ର ଅରବିନ୍ଦ ସିଂହ ଅଭିଯୋଗ କରିଛନ୍ତି ଯେ ବିହାରକୁ ଜଙ୍ଗଲ ରାଜ୍ ଫେରିଛି।




