ବିହାର ସିଭିଲ ସର୍ଭିସ ପରୀକ୍ଷା ବିବାଦକୁ ନେଇ ଅନଶନରେ ବସିଛନ୍ତି ପ୍ରଶାନ୍ତ କିଶୋର
ପାଟନା: ବିହାର ସିଭିଲ ସର୍ଭିସ (ବିପିଏସ୍ସି) ପରୀକ୍ଷା ବାତିଲ ଦାବିରେ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ଗୁରୁବାରଠାରୁ ଅନଶନରେ ବସିଛନ୍ତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ବିପିଏସ୍ସି ଦ୍ୱାରା ପରିଚାଳିତ ୭୦ତମ ସମନ୍ୱିତ ପ୍ରତିଯୋଗିତାମୂଳକ (ପ୍ରିଲିମିନାରୀ) ପରୀକ୍ଷା (ସିସିଇ), ୨୦୨୪କୁ ବାତିଲ କରିବା ଦାବିରେ ହଜାର ହଜାର ପରୀକ୍ଷାର୍ଥୀ ଏକ ସପ୍ତାହରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପରୀକ୍ଷାର୍ଥୀମାନେ ପୁନଃପରୀକ୍ଷା କରାଇବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବୈଠକ କରିବାକୁ […]
ପାଟନା: ବିହାର ସିଭିଲ ସର୍ଭିସ (ବିପିଏସ୍ସି) ପରୀକ୍ଷା ବାତିଲ ଦାବିରେ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ଗୁରୁବାରଠାରୁ ଅନଶନରେ ବସିଛନ୍ତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ବିପିଏସ୍ସି ଦ୍ୱାରା ପରିଚାଳିତ ୭୦ତମ ସମନ୍ୱିତ ପ୍ରତିଯୋଗିତାମୂଳକ (ପ୍ରିଲିମିନାରୀ) ପରୀକ୍ଷା (ସିସିଇ), ୨୦୨୪କୁ ବାତିଲ କରିବା ଦାବିରେ ହଜାର ହଜାର ପରୀକ୍ଷାର୍ଥୀ ଏକ ସପ୍ତାହରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପରୀକ୍ଷାର୍ଥୀମାନେ ପୁନଃପରୀକ୍ଷା କରାଇବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବୈଠକ କରିବାକୁ ଦାବି କରିଛନ୍ତି। ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା କିଶୋର ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ସହ ବିହାର ପରୀକ୍ଷାରେ ବ୍ୟବସ୍ଥାଗତ ଦୁର୍ନୀତି ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଆନ୍ଦୋଳନରତ ଆଶାୟୀଙ୍କ ଦାବିକୁ ତିନି ଦିନ ମଧ୍ୟରେ ପୂରଣ କରାଯାଉ ନଚେତ୍ ସେ ନିଜେ ବିକ୍ଷୋଭର ନେତୃତ୍ୱ ନେବେ ବୋଲି କିଶୋର ବିହାର ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଅନ୍ୟପକ୍ଷେ ପାଟନାର ଗାନ୍ଧୀ ମଇଦାନରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଶାନ୍ତ କିଶୋର ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।




