ବିହାର ଭୋଟର ତାଲିକାରେ ୫ ହଜାର ୟୁପି ଭୋଟର: ସୂର୍ଯେୱାଲା

ନୂଆଦିଲ୍ଲୀ: ବିହାରରେ ସ୍ବତନ୍ତ୍ର ଭୋଟର ସଂଶୋଧନ (ଏସ୍‌ଆଇଆର)କୁ ନେଇ ପୁଣି ନୂଆ ଅଭିଯୋଗ ଆଣିଛନ୍ତି କଂଗ୍ରେସ ଏବଂ ଆରଜେଡି ଦଳ। ବିଜେପି ନେତୃତ୍ବାଧୀନ ଶାସକ ଏନଡିଏ ମେଣ୍ଟକୁ ଫାଇଦା ଦେବାକୁ ସୀମାନ୍ତ ଉତ୍ତର ପ୍ରଦେଶର ୫୦୦୦ରୁ ଅଧିକ ‌ଭୋଟରଙ୍କୁ ନିର୍ବାଚନ ଆୟୋଗ ବିହାର ଭୋଟର ତାଲିକାରେ ସାମିଲ କରିଥିବା କଂଗ୍ରେସ ଜାତୀୟ ମହାସଚିବ ରଣଦୀପ ସୂର୍ଯେୱାଲା ଓ ଆରଜେଡି ସାଂସଦ ମନୋଜ କୁମାର ଝା ଅଭିଯୋଗ କରିଛନ୍ତି। ମଧୁବନି ଫୁଲପାରସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ […]

ବିହାର ଭୋଟର ତାଲିକାରେ ୫ ହଜାର ୟୁପି ଭୋଟର: ସୂର୍ଯେୱାଲା
Samaya Live Picture
Published On

ନୂଆଦିଲ୍ଲୀ: ବିହାରରେ ସ୍ବତନ୍ତ୍ର ଭୋଟର ସଂଶୋଧନ (ଏସ୍‌ଆଇଆର)କୁ ନେଇ ପୁଣି ନୂଆ ଅଭିଯୋଗ ଆଣିଛନ୍ତି କଂଗ୍ରେସ ଏବଂ ଆରଜେଡି ଦଳ। ବିଜେପି ନେତୃତ୍ବାଧୀନ ଶାସକ ଏନଡିଏ ମେଣ୍ଟକୁ ଫାଇଦା ଦେବାକୁ ସୀମାନ୍ତ ଉତ୍ତର ପ୍ରଦେଶର ୫୦୦୦ରୁ ଅଧିକ ‌ଭୋଟରଙ୍କୁ ନିର୍ବାଚନ ଆୟୋଗ ବିହାର ଭୋଟର ତାଲିକାରେ ସାମିଲ କରିଥିବା କଂଗ୍ରେସ ଜାତୀୟ ମହାସଚିବ ରଣଦୀପ ସୂର୍ଯେୱାଲା ଓ ଆରଜେଡି ସାଂସଦ ମନୋଜ କୁମାର ଝା ଅଭିଯୋଗ କରିଛନ୍ତି। ମଧୁବନି ଫୁଲପାରସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ନେତା ଅଭିଯୋଗ କରିଛନ୍ତି ଯେ, ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମିକୀ ନଗର ନିର୍ବାଚନ ମଣ୍ଡଳୀରେ ଏହି ସନ୍ଦେହଜନକ ଭୋଟରଙ୍କୁ ସାମିଲ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ଭୋଟର ତାଲିକାରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ କରିଥିବାବେଳେ ଏଭଳି ସମୟରେ ପୁଣି ଏହି ଅଭିଯୋଗ ହୋଇଛି। ତେବେ ନିର୍ବାଚନ କମିସନ୍‌ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Tags: