ବିହାର ଭୋଟର୍ ତାଲିକାରୁ ବାଦ୍ ପଡ଼ିବେ ୩୫ ଲକ୍ଷ ଭୋଟର
ପାଟନା: ବିହାରରେ ଏବେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ୩୫ ଲକ୍ଷରୁ ଅଧିକ ଲୋକଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବ। ନିର୍ବାଚନ କମିସନ୍ (ଇସି) ଅନୁଯାୟୀ ଏଯାବତ ୬.୬ କୋଟି ଭୋଟର ସଂଶୋଧନ ପାଇଁ ସେମାନଙ୍କ ଫର୍ମ ଦାଖଲ କରିଛନ୍ତି। ଯାହା କି ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟାର ୮୮.୧୮ ପ୍ରତିଶତ। ଭୋଟରମାନେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ପାଇଁ ଫର୍ମ ଦାଖଲ କରିପାରିବେ। ଏହାପରେ ଚିଠା ଇଲେକ୍ଟୋରାଲ୍ […]
ପାଟନା: ବିହାରରେ ଏବେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ୩୫ ଲକ୍ଷରୁ ଅଧିକ ଲୋକଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବ। ନିର୍ବାଚନ କମିସନ୍ (ଇସି) ଅନୁଯାୟୀ ଏଯାବତ ୬.୬ କୋଟି ଭୋଟର ସଂଶୋଧନ ପାଇଁ ସେମାନଙ୍କ ଫର୍ମ ଦାଖଲ କରିଛନ୍ତି। ଯାହା କି ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟାର ୮୮.୧୮ ପ୍ରତିଶତ। ଭୋଟରମାନେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ପାଇଁ ଫର୍ମ ଦାଖଲ କରିପାରିବେ। ଏହାପରେ ଚିଠା ଇଲେକ୍ଟୋରାଲ୍ ରୋଲ୍ ପ୍ରକାଶ ପାଇବ। ଇସି ଦ୍ବାରା ଦିଆଯାଇଥିବା ସଦ୍ୟ ପରିସଂଖ୍ୟାନ ଦର୍ଶାଉଛି ଯେ ୧.୫୯ ପ୍ରତିଶତ ତଥା ୧୨.୫ ଲକ୍ଷ ଭୋଟରଙ୍କର ମୃତ୍ୟୁ ହୋଇସାରିଛି। କିନ୍ତୁ ତାଲିକାରେ ସେମାନଙ୍କ ନାଁ ଏବେ ବି ରହିଛି। ଅନ୍ୟ ୨.୨ ପ୍ରତିଶତ ତଥା ୧୭.୫ ଲକ୍ଷ ଭୋଟର ସ୍ଥାୟୀ ଭାବେ ବିହାର ଛାଡ଼ି ସାରିଛନ୍ତି ଏବଂ ସେମାନେ ରାଜ୍ୟରେ ଭୋଟ୍ ଦେବାପାଇଁ ଯୋଗ୍ୟ ନୁହନ୍ତି କିନ୍ତୁ ସେମାନଙ୍କ ନାଁ ତାଲିକାରେ ରହିଛି। ସେହିପରି ଅନ୍ୟ ୦.୭୩ ପ୍ରତିଶତ ତଥା ପ୍ରାୟ ୫.୫ ଲକ୍ଷ ଭୋଟରଙ୍କ ନାମ ୨ ଥର ପଂଜୀକୃତ ହୋଇଛି। ଏସବୁକୁ ମିଶାଇଲେ ଜଣାପଡ଼ୁଛି ଯେ ବର୍ତ୍ତମାନ ରହିଥିବା ୩୫ ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିବେ। ଏହା ବିହାରରେ ମୋଟ୍ ଭୋଟରଙ୍କର ୪.୫ ପ୍ରତିଶତରୁ ଅଧିକ ହେବେ।




