ବିହାର ଭୋଟର୍ ତାଲିକାରୁ ବାଦ୍ ପଡ଼ିଲେ ୫୨ ଲକ୍ଷ ଭୋଟର
ପାଟନା: ବିହାରରେ ଏବେ ଚାଲିଥିବା ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ୫୨ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି। ନିର୍ବାଚନ କମିସନ କହିଛନ୍ତି, ତାଲିକାରୁ ବାଦ୍ ପଡ଼ିଥିବା ଏହି ୫୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୮ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୬ ଲକ୍ଷ ଭୋଟର ଅନ୍ୟ ନିର୍ବାଚନମଣ୍ଡଳୀକୁ ଯାଇଥିବା ବେଳେ ୭ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ସେମାନଙ୍କ ନାଁ ପଂଜିକୃତ କରିଛନ୍ତି। ବିହାରରେ ‘ଏସ୍ଆଇଆର୍’ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। […]
ପାଟନା: ବିହାରରେ ଏବେ ଚାଲିଥିବା ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ୫୨ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି। ନିର୍ବାଚନ କମିସନ କହିଛନ୍ତି, ତାଲିକାରୁ ବାଦ୍ ପଡ଼ିଥିବା ଏହି ୫୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୮ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୬ ଲକ୍ଷ ଭୋଟର ଅନ୍ୟ ନିର୍ବାଚନମଣ୍ଡଳୀକୁ ଯାଇଥିବା ବେଳେ ୭ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ସେମାନଙ୍କ ନାଁ ପଂଜିକୃତ କରିଛନ୍ତି। ବିହାରରେ ‘ଏସ୍ଆଇଆର୍’ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କାରଣ ଅଗଷ୍ଟ ୧ ତାରିଖରେ ଚିଠା ଇଲେକ୍ଟୋରାଲ୍ ରୋଲ୍ ଜାରି ହେବାକୁ ଥିବାବେଳେ ଏଥିରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରାଇବାପାଇଁ ଉଦ୍ୟମ ଜାରି ରହିଛି ବୋଲି ନିର୍ବାଚନ କମିସନ ଏକ ବିବୃତି ଜାରି କରି କହିଛନ୍ତି। ତେବେ ତାଲିକାରୁ ଯୋଗ୍ୟ ଭୋଟର ବାଦ୍ ପଡ଼ିପାରନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରୁଥିବାବେଳେ ନିର୍ବାଚନ କମିସନ୍ ତ୍ରୁଟି ସଂଶୋଧନର ସୁଯୋଗ ମିଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଚିଠା ତାଲିକାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରାଇବା ନେଇ ଉଦ୍ୟମ ଜାରି ରହିଥିବା କମିସନ୍ କହିଛନ୍ତି। କମିସନ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଏହି ସଂଶୋଧନ ପ୍ରକ୍ରିୟାରେ ୧ ଲକ୍ଷ ବୁଥ୍ ସ୍ତରୀୟ ଅଫିସର୍, ୧୨ ରାଜନୈତିକ ଦଳରୁ ୪ ଲକ୍ଷ ସ୍ବେଚ୍ଛାକର୍ମୀ ଏବଂ ଦେଢ଼ ଲକ୍ଷ ବୁଥ୍ସ୍ତରୀୟ ପ୍ରତିନିଧି ସହଯୋଗ କରୁଛନ୍ତି। ସେହିପରି ଯେଉଁ ଭୋଟର ସେମାନଙ୍କ ଫର୍ମ ଦାଖଲ କରିନାହାନ୍ତି ଏବଂ ସେମାନଙ୍କ ଠିକଣାରେ ଉପଲବ୍ଧ ହୋଇନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି କମିସନ କହିଛନ୍ତି।




