ବିହାର ବିଧାନସଭାରେ ହଟ୍ଟଗୋଳ, ତେଜସ୍ବୀଙ୍କ ଇସ୍ତଫା ଦାବି ଜୋର ଧରିଲା
ପାଟନା: ଲଗାତାର ୨ ଦିନ ଧରି ବିହାର ବିଧାନସଭାରେ କୌଣସି କାର୍ଯ୍ୟ ହୋଇପାରିନି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି ଜୋର ଧରିଛି। ବିରୋଧୀ ବିଜେପି ବିଧାୟକମାନେ ତେଜସ୍ବୀଙ୍କ ଇସ୍ତଫା ଦାବି କରି ପ୍ରବଳ ହଟ୍ଟଗୋଳ କରିଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ । ସେମାନେ […]
ପାଟନା: ଲଗାତାର ୨ ଦିନ ଧରି ବିହାର ବିଧାନସଭାରେ କୌଣସି କାର୍ଯ୍ୟ ହୋଇପାରିନି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି ଜୋର ଧରିଛି। ବିରୋଧୀ ବିଜେପି ବିଧାୟକମାନେ ତେଜସ୍ବୀଙ୍କ ଇସ୍ତଫା ଦାବି କରି ପ୍ରବଳ ହଟ୍ଟଗୋଳ କରିଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ । ସେମାନେ ଚେୟାର ଭଙ୍ଗାରୁଜା କରିଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ ରଖିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଉପସ୍ଥିତିରେ ଆଜି ବିଧାନସଭାରେ ଏହି ହାଇଡ୍ରାମା ହୋଇଛି।




