ବିହାରରେ ୩୪ ପ୍ରତିଶତ ପରିବାରର ମାସିକ ରୋଜଗାର ୬ ହଜାରରୁ କମ୍
ନୂଆଦିଲ୍ଲୀ : ବିହାର ବିଧାନସଭାରେ ଆଜି ସମ୍ପୂର୍ଣ୍ଣ ଜାତିଗତ ଜନଗଣନା ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହି ରିପୋର୍ଟରେ ୨୧୫ ଏସସି, ଏସଟି, ପଛୁଆ ଶ୍ରେଣୀ ଏବଂ ଅତିରିକ୍ତ ପଛୁଆ ଶ୍ରେଣୀର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା ରହିଛି। ରାଜ୍ୟ ବିଧାନସଭାରେ ଆଜି ଉପସ୍ଥାପନ ହୋଇଥିବା ସମ୍ପୂର୍ଣ୍ଣ ରିପୋର୍ଟ ଅନୁଯାୟୀ ବିହାରର ଏକ ତୃତୀୟାଂଶରୁ ଅଧିକ ପରିବାର ଦାରିଦ୍ର୍ୟରେ ରହୁଛନ୍ତି ଏବଂ ସେମାନଙ୍କ ମାସିକ ରୋଜଗାର ୬ ହଜାରରୁ କମ୍। ରିପୋର୍ଟ ଅନୁଯାୟୀ ଏସସି ବର୍ଗର […]
ନୂଆଦିଲ୍ଲୀ : ବିହାର ବିଧାନସଭାରେ ଆଜି ସମ୍ପୂର୍ଣ୍ଣ ଜାତିଗତ ଜନଗଣନା ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହି ରିପୋର୍ଟରେ ୨୧୫ ଏସସି, ଏସଟି, ପଛୁଆ ଶ୍ରେଣୀ ଏବଂ ଅତିରିକ୍ତ ପଛୁଆ ଶ୍ରେଣୀର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା ରହିଛି। ରାଜ୍ୟ ବିଧାନସଭାରେ ଆଜି ଉପସ୍ଥାପନ ହୋଇଥିବା ସମ୍ପୂର୍ଣ୍ଣ ରିପୋର୍ଟ ଅନୁଯାୟୀ ବିହାରର ଏକ ତୃତୀୟାଂଶରୁ ଅଧିକ ପରିବାର ଦାରିଦ୍ର୍ୟରେ ରହୁଛନ୍ତି ଏବଂ ସେମାନଙ୍କ ମାସିକ ରୋଜଗାର ୬ ହଜାରରୁ କମ୍। ରିପୋର୍ଟ ଅନୁଯାୟୀ ଏସସି ବର୍ଗର ୪୨ ପ୍ରତିଶତରୁ ଅଧିକ ପରିବାର ଗରିବ ଏବଂ ସାଧାରଣ ଶ୍ରେଣୀରେ ୨୫ ପ୍ରତିଶତ ହେଉଛନ୍ତି ଗରିବ। ଏସଟି ବର୍ଗରୁ ୪୨.୭୦ ପ୍ରତିଶତ ପରିବାର ହେଉଛନ୍ତି ଗରିବ। ସେହିପରି ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ରୁ ୩୩.୧୬ ପ୍ରତିଶତ ଏବଂ ଇବିସି (ଅତିରିକ୍ତ ପଛୁଆ ଶ୍ରେଣୀ)ରୁ ୩୩.୫୮ ପ୍ରତିଶତ ଗରିବ। ଭୂମିହାରଙ୍କ ପାଇଁ ଗରିବି ହାର ସର୍ବାଧିକ ୨୭.୫୮ ପ୍ରତିଶତ। ବିହାର ଜାତିଗତ ଜନଗଣନା ରିପୋର୍ଟ ଅନୁଯାୟୀ ବିହାରରେ ସାଧାରଣ ଶ୍ରେଣୀରେ ୬ ଲକ୍ଷରୁ ଅଧିକ ଲୋକ ସରକାରୀ ଚାକିରି କରିଛନ୍ତି। ଏହା ମୋଟ୍ ଜନସଂଖ୍ୟାର ୩.୧୯ ପ୍ରତିଶତ। ସେହିପରି ୪.୯୯ ପ୍ରତିଶତ ଭୂମିହାର ସରକାରୀ ଚାକିରି କରିଥିବାବେଳେ ୩.୬୦ ପ୍ରତିଶତ ବ୍ରାହ୍ମଣ ସରକାରୀ ଚାକିରି କରିଛନ୍ତି। ବିହାରର ରାଜପୁତ ଏବଂ କାୟସ୍ଥ ସମ୍ପ୍ରଦାୟରୁ ଯଥାକ୍ରମେ ୩.୮୧ ପ୍ରତିଶତ ଏବଂ ୬.୮୮ ପ୍ରତିଶତ ଲୋକ ସରକାରୀ ଚାକିରି କରୁଛନ୍ତି। ଶିଖ୍ ସମ୍ପ୍ରଦାୟରୁ ୩୯, ୫୯୫ ଲୋକ ସରକାରୀ ଚାକିରି କରୁଛନ୍ତି। ଏହା ହେଉଛି ୦.୭୯ ପ୍ରତିଶତ।




