ବିହାର କୋର୍ଟରେ ଗୁଳିମାଡ଼,୨ ଆହତ

ପାଟନା‌ : ବିହାରର ସମସ୍ତିପୁର ସିଭିଲ୍‌ କୋର୍ଟରେ ଆଜି ଗୁଳିକାଣ୍ଡ ହୋଇ ୨ ଜଣ ଆହତ ହୋଇଛନ୍ତି। ବେଆଇନ ମଦ ବ୍ୟବସାୟ ମାମଲାରେ ଗତ କିଛି ଦିନ ତଳେ ଗିରଫ ହୋଇଥିବା ପ୍ରଭାତ ଚୌଧୁରୀଙ୍କୁ ଟାର୍ଗେଟ୍‌ କରି ଏହି ଗୁଳିମାଡ଼ ହୋଇଥିଲା। ଚୌଧୁରୀ ଆଜି କୋର୍ଟରେ ହାଜର ହେବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ପ୍ରଭାତ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ସେମାନେ ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ […]

Samaya Live Picture
Published On

ପାଟନା‌ : ବିହାରର ସମସ୍ତିପୁର ସିଭିଲ୍‌ କୋର୍ଟରେ ଆଜି ଗୁଳିକାଣ୍ଡ ହୋଇ ୨ ଜଣ ଆହତ ହୋଇଛନ୍ତି। ବେଆଇନ ମଦ ବ୍ୟବସାୟ ମାମଲାରେ ଗତ କିଛି ଦିନ ତଳେ ଗିରଫ ହୋଇଥିବା ପ୍ରଭାତ ଚୌଧୁରୀଙ୍କୁ ଟାର୍ଗେଟ୍‌ କରି ଏହି ଗୁଳିମାଡ଼ ହୋଇଥିଲା। ଚୌଧୁରୀ ଆଜି କୋର୍ଟରେ ହାଜର ହେବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ପ୍ରଭାତ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ସେମାନେ ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ଗୁଳିମାଡ଼ କରି ଆକ୍ରମଣକାରୀ ଚମ୍ପଟ ମାରିଛନ୍ତି। ଗୁଳିକାଣ୍ଡ ପରେ ଏସ୍‌ପି ବିନୟ ତିୱାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଘଟଣା ପାଇଁ ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପ୍ରବଳ ବର୍ଷିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେପି ପ୍ରଶ୍ନ ଉଠାଇଛି।

Tags: