ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟମଧରଣର ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ସକାଳେ ବିହାର ଏବଂ ପଶ୍ଚିମବଙ୍ଗରେ ମଧ୍ୟମଧରଣର ଭୂମିକମ୍ପ ହୋଇଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ ଏହାର ତୀବ୍ରତା ୪.୩ ରହିଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ରିପୋର୍ଟ ଅନୁସାରେ, ଆଜି ସକାଳ ପ୍ରାୟ ୫.୩୫ରେ ବିହାରର ଅରରିୟା ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ସେହିପରି, ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ନ୍ୟାସ୍ନାଲ୍ ସେଣ୍ଟର୍ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜି ସକାଳେ ବିହାର ଏବଂ ପଶ୍ଚିମବଙ୍ଗରେ ମଧ୍ୟମଧରଣର ଭୂମିକମ୍ପ ହୋଇଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ ଏହାର ତୀବ୍ରତା ୪.୩ ରହିଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ରିପୋର୍ଟ ଅନୁସାରେ, ଆଜି ସକାଳ ପ୍ରାୟ ୫.୩୫ରେ ବିହାରର ଅରରିୟା ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ସେହିପରି, ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ସିଲିଗୁଡ଼ିର ଦକ୍ଷିଣପଶ୍ଚିମକୁ ପ୍ରାୟ ୧୪୦ କିଲୋମିଟର୍ ଦୂରରେ ଅନୁଭୂତ ହୋଇଥିଲା। ଏଥିରେ ବି କୌଣସି ଧନଜୀବନ ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ। ନେପାଳ ଓ ବାଂଲାଦେଶରେ ମଧ୍ୟ ଏହି ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିବା କୁହାଯାଉଛି। ଗତମାସରେ ଉତ୍ତର ଆଫଗାନିସ୍ଥାନରେ ହୋଇଥିବା ୬.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳ ସମେତ ଉତ୍ତର ଭାରତରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଏହାଛଡ଼ା, ତୁର୍କମେନିସ୍ତାନ, ଭାରତ, କାଜାଖସ୍ତାନ, ପାକିସ୍ତାନ, ତାଜିକ୍ସ୍ତାନ, ଉଜ୍ବେକିସ୍ତାନ, ଚୀନ୍, ଆଫଗାନିସ୍ତାନ ଏବଂ କିର୍ଗିଜ୍ସ୍ତାନରେ ମଧ୍ୟ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା।

Tags: