ବିହାର, ଉତ୍ତରପ୍ରଦେଶରେ ଗ୍ରୀଷ୍ମଲହରୀ ନେଲା ଶତାଧିକ ଜୀବନ , ଶ୍ମଶାନରେ ଜାଗା ନାହିଁ

ନୂଆଦିଲ୍ଲୀ : ବିହାର, ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମଲହରୀ ଶତାଧିକ ଜୀବନ ନେଇଯାଇଛି। ବିହାରରେ ଗତ ୩ ଦିନ ମଧ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଭାଗଲପୁରର ବରାରି ଘାଟରେ ଅତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ମଶାନରେ ଆଉ ମର ଶରୀର ପୋତିବାପାଇଁ ଏବଂ ପୋଡ଼ିବାପାଇଁ ଜାଗା ନାହିଁ। ପ୍ରବଳ ଗ୍ରୀଷ୍ମଲହରୀ କେବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ପକାଇନି। ଏହା ମଧ୍ୟ କୃଷି କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସଲେମପୁର ଗ୍ରାମ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର, ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମଲହରୀ ଶତାଧିକ ଜୀବନ ନେଇଯାଇଛି। ବିହାରରେ ଗତ ୩ ଦିନ ମଧ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଭାଗଲପୁରର ବରାରି ଘାଟରେ ଅତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ମଶାନରେ ଆଉ ମର ଶରୀର ପୋତିବାପାଇଁ ଏବଂ ପୋଡ଼ିବାପାଇଁ ଜାଗା ନାହିଁ। ପ୍ରବଳ ଗ୍ରୀଷ୍ମଲହରୀ କେବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ପକାଇନି। ଏହା ମଧ୍ୟ କୃଷି କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସଲେମପୁର ଗ୍ରାମ ବାସିନ୍ଦା କହିଛନ୍ତି, ଗାଁରେ ପାଣି ନାହିଁ। ଏହା ଆମ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି। ଫସଲ ଉଜୁଡ଼ି ଯାଇଛି। କେବଳ ପାଟନାରେ ୩୫ ଜଣଙ୍କ ମୃତ୍ୟୁୃ ହୋଇଛି। ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପିଏମସିଏଚ୍‌ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ୯ ଜଣଙ୍କର ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମୃତ୍ୟୁୃ ହୋଇଛି। ପାଟନାରେ ସମସ୍ତ ସ୍କୁଲ୍‌ ଜୁନ୍ ୨୪ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଅରୱଲ, ଜାହାନାବାଦ, ଭୋଜପୁର, ବକ୍ସାର, ଶେଖପୁରା, ରୋହତସ, ଭାବୁଆ, କଇମୁର, ଔରଙ୍ଗାବାଦ, ନାଳନ୍ଦା ଏବଂ ନାୱଡ଼ା ଜିଲ୍ଲାରେ ଗ୍ରୀଷ୍ମଲହରୀ ଜାରି ରହିଛି। ଉତ୍ତରପ୍ରଦେଶର ବାଲ୍ଲିଆରେ କେବଳ ୫୭ ଜଣଙ୍କର ଗ୍ରୀଷ୍ମଲହରୀ ଯୋଗୁଁ ମୃତ୍ୟୁ ହୋଇଛି। ୪ ଦିନରେ ୫୭ ଜଣଙ୍କ ମୃତ୍ୟୁ ହେବାପରେ ଲକ୍ଷ୍ନୌରୁ ସ୍ବାସ୍ଥ୍ୟ ବିଭାଗର ଏକ କମିଟି ଏଠାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଜୁନ୍‌ ୧୫ରୁ ୧୭ ମଧ୍ୟରେ ପାଖାପାଖି ୪୦୦ ‌ରୋଗୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Tags: