ବିହାରରେ ୯୫.୪୯ ପ୍ରତିଶତ ଲୋକଙ୍କ ପାଖରେ ଗାଡ଼ି ନାହିଁ: ରିପୋର୍ଟ

ପାଟନା: ବିହାରରେ ୯୫.୪୯ ପ୍ରତିଶତ ଲୋକଙ୍କ ପାଖରେ ଗାଡ଼ି ନାହିଁ। କେବଳ ୩.୮ ପ୍ରତିଶତ ଲୋକଙ୍କ ପାଖରେ ଦୁଇ ଚକିଆ ଯାନ ଥିବାବେଳେ ମାତ୍ର ୦.୧୧ ପ୍ରତିଶତ ଲୋକଙ୍କ ନିକଟରେ କାର୍ ଅଛି। ବିହାର ଜାତି ଆଧାରିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିସହିତ ବିହାରର ୪୫.୭୮ ଲକ୍ଷ ଲୋକ ବାହାର ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ବିହାରର ୨.୧୭ ଲକ୍ଷ ଲୋକ ଦେଶ ବାହାରେ କାର୍ଯ୍ୟ କରୁଛନ୍ତି ବୋଲି ରିପୋର୍ଟରୁ […]

Samaya Live Picture
Published On

ପାଟନା: ବିହାରରେ ୯୫.୪୯ ପ୍ରତିଶତ ଲୋକଙ୍କ ପାଖରେ ଗାଡ଼ି ନାହିଁ। କେବଳ ୩.୮ ପ୍ରତିଶତ ଲୋକଙ୍କ ପାଖରେ ଦୁଇ ଚକିଆ ଯାନ ଥିବାବେଳେ ମାତ୍ର ୦.୧୧ ପ୍ରତିଶତ ଲୋକଙ୍କ ନିକଟରେ କାର୍ ଅଛି। ବିହାର ଜାତି ଆଧାରିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିସହିତ ବିହାରର ୪୫.୭୮ ଲକ୍ଷ ଲୋକ ବାହାର ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ବିହାରର ୨.୧୭ ଲକ୍ଷ ଲୋକ ଦେଶ ବାହାରେ କାର୍ଯ୍ୟ କରୁଛନ୍ତି ବୋଲି ରିପୋର୍ଟରୁ ଜଣାଯାଇଛି। ଗତ ମଙ୍ଗଳବାର ବିଧାନସଭାରେ ଉକ୍ତ ରିପୋର୍ଟ ଉପସ୍ଥାପନ ହୋଇଛି। ଏଥିରେ କୁହାଯାଇଛି ରାଜ୍ୟର ୧୨.୪୮ କୋଟି ଲୋକଙ୍କ ମଧ୍ୟରୁ ୧୩.୦୭ କୋଟି ଲୋକଙ୍କ ପାଖରେ କୌଣସି ଗାଡ଼ି ନାହିଁ। କେବଳ ୪୯.୬୮ ଲକ୍ଷ ଲୋକଙ୍କ ନିକଟରେ ଦୁଇ ଚକିଆ ଯାନ ରହିଛି। ସେହିଭଳି ୫.୭୨ ଲକ୍ଷ ଲୋକଙ୍କ ନିକଟରେ ଚାରି ଚକିଆ ଯାନ ରହିଛି। ୧.୬୭ ଲକ୍ଷ ବା ୦.୧୩ ପ୍ରତିଶତ ଲୋକଙ୍କ ପାଖରେ ଟ୍ରାକ୍ଟର ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସାଧାରଣ ବର୍ଗର ୨.୦୧ କୋଟି ଲୋକଙ୍କ ମଧ୍ୟରୁ ୧୧.୯୯ ଲକ୍ଷ ଲୋକଙ୍କ ନିକଟରେ ଦୁଇ ଚକିଆ ଯାନ ରହିଛି। ବିଦେଶକୁ ଯାଇଥିବା ୨.୧୭ ଲକ୍ଷ ଲୋକଙ୍କ ମଧ୍ୟରୁ ୨୩, ୭୩୮ ଜଣ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି। ଅନ୍ୟ ଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୭୬୩୨୬ ଜଣ ସାଧାରଣ ବର୍ଗର।

Tags: