ବିହାରରେ ସବୁ ବୁଥ୍‌ରେ ୧୨୦୦ରୁ କମ୍‌ ଭୋଟର : ଇସି

ନୂଆଦିଲ୍ଲୀ, ୨୧/୭ : ଦେଶର ପ୍ରଥମ ରାଜ୍ୟ ଭାବେ ବିହାରରେ ସମସ୍ତ ଭୋଟିଂ ବୁଥ୍‌ ଗୁଡ଼ିକ‌‌ରେ ୧୨୦୦ରୁ କମ୍‌ ଭୋଟର ରହିଛନ୍ତି। ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ ବିହାରରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ) ଅଧୀନରେ ମୋଟ୍‌ ୯୬.୨୩ ପ୍ରତିଶତ ଭୋଟର ସାମିଲ ହୋଇଛନ୍ତି। ୫.୫୬ ପ୍ରତିଶତ ଭୋଟର ସେମାନଙ୍କ ଠିକଣାରେ ମିଳିନାହାନ୍ତି। କମିସନ୍‌ ତଥ୍ୟ ଅନୁଯାୟୀ ଭୋଟିଂ ବୁଥ୍‌ରେ ଲମ୍ବା ଧାଡ଼ିକୁ ଏଡ଼ାଇବାପାଇଁ ବିହାରରେ ୧୨,୮୧୭ ନୂଆ ଭୋଟିଂ ବୁଥ୍‌ ଯୋଡ଼ାଯାଇଛି। ଜୁନ୍ […]

ବିହାରରେ ସବୁ ବୁଥ୍‌ରେ ୧୨୦୦ରୁ କମ୍‌ ଭୋଟର : ଇସି
Samaya Live Picture
Published On

ନୂଆଦିଲ୍ଲୀ, ୨୧/୭ : ଦେଶର ପ୍ରଥମ ରାଜ୍ୟ ଭାବେ ବିହାରରେ ସମସ୍ତ ଭୋଟିଂ ବୁଥ୍‌ ଗୁଡ଼ିକ‌‌ରେ ୧୨୦୦ରୁ କମ୍‌ ଭୋଟର ରହିଛନ୍ତି। ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ ବିହାରରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ) ଅଧୀନରେ ମୋଟ୍‌ ୯୬.୨୩ ପ୍ରତିଶତ ଭୋଟର ସାମିଲ ହୋଇଛନ୍ତି। ୫.୫୬ ପ୍ରତିଶତ ଭୋଟର ସେମାନଙ୍କ ଠିକଣାରେ ମିଳିନାହାନ୍ତି। କମିସନ୍‌ ତଥ୍ୟ ଅନୁଯାୟୀ ଭୋଟିଂ ବୁଥ୍‌ରେ ଲମ୍ବା ଧାଡ଼ିକୁ ଏଡ଼ାଇବାପାଇଁ ବିହାରରେ ୧୨,୮୧୭ ନୂଆ ଭୋଟିଂ ବୁଥ୍‌ ଯୋଡ଼ାଯାଇଛି। ଜୁନ୍ ୨୪ ତାରିଖରେ ଆସିଥିବା ବିହାର୍‌ ଏସ୍‌ଆଇଆର ଅନୁଯାୟୀ ପୂର୍ବରୁ ପ୍ରତି ଭୋଟିଂ ବୁଥ୍‌‌ରେ ସର୍ବାଧିକ ୧୫୦୦ ଭୋଟରଙ୍କ ସ୍ଥାନରେ ୧୨୦୦ ଭୋଟର ମତଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି। ବିହାରରେ ୧୨,୮୧୭ ଭୋଟିଂ ବୁଥ୍‌ ଯୋଡ଼ାଯିବାପରେ ମୋଟ୍‌ ବୁଥ୍‌ ସଂଖ୍ୟା ୯୦,୭୧୨ରେ ପହଞ୍ଚିଛି। ପୂର୍ବରୁ ଏହି ସଂଖ୍ୟା ୭୭,୮୯୫ ଥିଲା।

Tags: