ବିହାରରେ ଭୋଟର ତାଲିକାରୁ ୩୬.୮୬ ଲକ୍ଷ ଭୋଟର ବାଦ୍ ପଡ଼ିଲେ
ପାଟନା: ନିର୍ବାଚନ କମିସନ୍ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ୩୬. ୮୬ ଲକ୍ଷ ଭୋଟର ସେମାନଙ୍କ ପଂଜିକୃତ ଠିକଣାରେ ଉପଲବ୍ଧ ହୋଇନାହାନ୍ତି। କମିସନ୍ କହିଛନ୍ତି, ୭.୯୦ କୋଟି ପଂଜିକୃତ ଭୋଟରଙ୍କ ମଧ୍ୟରୁ ୧.୬୧ ପ୍ରତିଶତ ତଥା (୧୨.୭୧ଲକ୍ଷ) ହେଉଛନ୍ତି ମୃତ ଭୋଟର। ଅନ୍ୟପକ୍ଷେ ୨.୩ ପ୍ରତିଶତ ତଥା (୧୮.୧୬ଲକ୍ଷ) ଭୋଟର ସ୍ଥାୟୀ ଭାବେ ରାଜ୍ୟ ଛାଡ଼ି ସାରିଛନ୍ତି। ୧ ପ୍ରତିଶତରୁ କମ୍ ତଥା ୫.୯୨ […]
ପାଟନା: ନିର୍ବାଚନ କମିସନ୍ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ୩୬. ୮୬ ଲକ୍ଷ ଭୋଟର ସେମାନଙ୍କ ପଂଜିକୃତ ଠିକଣାରେ ଉପଲବ୍ଧ ହୋଇନାହାନ୍ତି। କମିସନ୍ କହିଛନ୍ତି, ୭.୯୦ କୋଟି ପଂଜିକୃତ ଭୋଟରଙ୍କ ମଧ୍ୟରୁ ୧.୬୧ ପ୍ରତିଶତ ତଥା (୧୨.୭୧ଲକ୍ଷ) ହେଉଛନ୍ତି ମୃତ ଭୋଟର। ଅନ୍ୟପକ୍ଷେ ୨.୩ ପ୍ରତିଶତ ତଥା (୧୮.୧୬ଲକ୍ଷ) ଭୋଟର ସ୍ଥାୟୀ ଭାବେ ରାଜ୍ୟ ଛାଡ଼ି ସାରିଛନ୍ତି। ୧ ପ୍ରତିଶତରୁ କମ୍ ତଥା ୫.୯୨ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ଭୋଟର ଭାବେ ପଂଜିକୃତ ହୋଇଥିବା ଜଣାପଡ଼ିଛି। ତେବେ ୬,୯୭୮ ଭୋଟରଙ୍କର କିଛି ପତ୍ତା ମିଳୁନାହିଁ। ହାତରେ ଗୋଟିଏ ସପ୍ତାହ ଥିବାବେଳେ ନିର୍ବାଚନ କମିସନ୍ ସଂଶୋଧନ ପ୍ରକ୍ରିୟା ପାଇଁ ଏଯାବତ ୭.୧୧ କୋଟି ଫର୍ମ ସଂଗ୍ରହ କରିଛନ୍ତି। ଏହାର ଅର୍ଥ ପାଖାପାଖି ୯୫ ପ୍ରତିଶତ ଭୋଟର ସଂଶୋଧନ ପାଇଁ ଫର୍ମ ଦାଖଲ କରି ସାରିଛନ୍ତି। ବାକି ୫ ପ୍ରତିଶତ ଫର୍ମ ସଂଗ୍ରହ ପାଇଁ ପ୍ରକ୍ରିୟା ଜାରି ରହିଛି।




