ବିହାରରେ ବୋଟ୍ ବୁଡ଼ି ୧୮ ସ୍କୁଲ୍ ପିଲା ନିଖୋଜ
ପାଟନା : ବିହାରର ମୁଜାଫରପୁର ଜିଲ୍ଲାରେ ଆଜି ଏକ ବୋଟ୍ ବୁଡ଼ିଯାଇ ୧୮ ଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି। ବୋଟ୍ରେ ପାଖାପାଖି ୪୦ ଜଣ ଶିଶୁ ଥିଲେ ଏବଂ ସେମାନେ ସ୍କୁଲ୍ ଯାଉଥିଲେ। ବାଗମତୀ ନଦୀ ନିକଟସ୍ଥ ମଧୁପୁର ପଟ୍ଟି ଘାଟ ନିକଟରେ ଏହି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ବରିଷ୍ଠ ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲାପାଳ ପହଞ୍ଚିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଯାବତ ୨୦ ଶିଶୁଙ୍କୁ ଉଦ୍ଧାର କରାଯାଇଛି। […]
ପାଟନା : ବିହାରର ମୁଜାଫରପୁର ଜିଲ୍ଲାରେ ଆଜି ଏକ ବୋଟ୍ ବୁଡ଼ିଯାଇ ୧୮ ଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି। ବୋଟ୍ରେ ପାଖାପାଖି ୪୦ ଜଣ ଶିଶୁ ଥିଲେ ଏବଂ ସେମାନେ ସ୍କୁଲ୍ ଯାଉଥିଲେ। ବାଗମତୀ ନଦୀ ନିକଟସ୍ଥ ମଧୁପୁର ପଟ୍ଟି ଘାଟ ନିକଟରେ ଏହି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ବରିଷ୍ଠ ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲାପାଳ ପହଞ୍ଚିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଯାବତ ୨୦ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




