ବିହାରରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବିଷାକ୍ତ ମଦ ପିଇ ସିବନରେ ୨୦ ଏବଂ ସାରଣ ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବା ନେଇ ବିହାର ଡିଜିପି ଆଲୋକ ରାଜ ସ୍ପଷ୍ଟ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ ହୋଇଛି। ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡିଜିପି କହିଛନ୍ତି। ଇତି ମଧ୍ୟରେ […]

Samaya Live Picture
Published On

ପାଟନା: ବିହାରରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବିଷାକ୍ତ ମଦ ପିଇ ସିବନରେ ୨୦ ଏବଂ ସାରଣ ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବା ନେଇ ବିହାର ଡିଜିପି ଆଲୋକ ରାଜ ସ୍ପଷ୍ଟ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ ହୋଇଛି। ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡିଜିପି କହିଛନ୍ତି। ଇତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବ‌ୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୬ ଏପ୍ରିଲରୁ ବିହାରରେ ନୀତୀଶ କୁମାର ସରକାରଯ ମଦ ନିଷିଦ୍ଧ କରିଥିଲେ। ଆଜି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରାଜ୍ୟରେ ବାରମ୍ବାର ମଦମୃତ୍ୟୁ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଖି ବୁଜି ଦେଇଛନ୍ତି ବୋଲି ସେ କହିଛନ୍ତି।

Tags: