ବିହାରରେ ବିଦ୍ୟୁତ୍‌ ଆଘାତରେ ୯ କାଉଡ଼ିଆଙ୍କ ମୃତ୍ୟୁ

ପାଟନା : ବିହାରରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ହାଇ ଭୋଲ୍‌ଟେଜ୍‌ ତାର ସଂସ୍ପର୍ଶରେ ଆସି ୯ଜଣ କାଉଡିଆ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନେ ଏବେ ବିପଦମୁକ୍ତ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୃତକମାନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣା ରବିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଇଣ୍ଡଷ୍ଟ୍ରିଆଲ୍‌ ଥାନା ଅନ୍ତର୍ଗତ ସୁଲତାନପୁର ଗ୍ରାମରେ […]

Samaya Live Picture
Published On

ପାଟନା : ବିହାରରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ହାଇ ଭୋଲ୍‌ଟେଜ୍‌ ତାର ସଂସ୍ପର୍ଶରେ ଆସି ୯ଜଣ କାଉଡିଆ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନେ ଏବେ ବିପଦମୁକ୍ତ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୃତକମାନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏହି ଘଟଣା ରବିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଇଣ୍ଡଷ୍ଟ୍ରିଆଲ୍‌ ଥାନା ଅନ୍ତର୍ଗତ ସୁଲତାନପୁର ଗ୍ରାମରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥଇଲା ବେଳେ ଯେର୍ଉମାନେ ବି ଦୋଷୀ ଭାବେ ପ୍ରମାଣିତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଏକ ଗାଡ଼ିରେ ସମସ୍ତ କାଉଡିଆ ଭକ୍ତମାନେ ସୋନପୁରର ବାବା ହରିହର ନାଥ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିଲା ବେଳେ ସୁଲତାନପୁରଠାରେ ଗାଡ଼ିର ଉପରଭାଗ ହାଇ ଭୋଲ୍‌ଟେଜ୍‌ ତାରକୁ ଛୁଇଁ ଯାଇଥିଲା। ତେବେ କାଉଡିଆମାନେ ସେମାନଙ୍କ ପାଇଁ ଧାର୍ଯ୍ୟ ରୁଟ୍‌ରେ ଯାଇ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକମାନଙ୍କର ପରିଚୟ ଜଣାପଡ଼ିସାରିଥିଲା ବେଳେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।

Tags: