ବିହାରରେ ବିଜେପି ସହଯୋଗୀ ଦଳକୁ ୮ ଆସନ ଅଫର କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ବିହାରରେ ଆସନ ବୁଝାମଣାକୁ ନେଇ ଏନଡିଏ ମେଣ୍ଟରେ ସଂଘର୍ଷ ଜାରି ରହିଥିବାବେଳେ ଇଣ୍ଡିଆ ମେଣ୍ଟ ଏବେ ରାଜନୈତିକ ଚେସବୋର୍ଡରେ ଏଣ୍ଟ୍ରି ମାରିଛି ଏବଂ ବିଜେପିର ସହଯୋଗୀ ଦଳ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି)କୁ ବିହାରରେ ୮ ଲୋକସଭା ଆସନ ଏବଂ ଉତ୍ତରପ୍ରଦେଶରେ ୨ ଲୋକସଭା ଆସନ ଅଫର୍ କରିଛି। ଇଣ୍ଡିଆ ମେଣ୍ଟର ଏହି ପ୍ରସ୍ତାବ ଏଲଜେପି ମୁଖ୍ୟ ଚିରାଗ ପାଶ୍ବାନଙ୍କ ଉପରେ ପ୍ରଭାବ ପକାଇପାରେ। କାରଣ ପାଶ୍ବାନଙ୍କୁ ଏନଡିଏ ମେଣ୍ଟ ଦ୍ବାରା ମାତ୍ର ୬ଟି […]

Samaya Live Picture
Published On

ନୂଆଦିଲ୍ଲୀ : ବିହାରରେ ଆସନ ବୁଝାମଣାକୁ ନେଇ ଏନଡିଏ ମେଣ୍ଟରେ ସଂଘର୍ଷ ଜାରି ରହିଥିବାବେଳେ ଇଣ୍ଡିଆ ମେଣ୍ଟ ଏବେ ରାଜନୈତିକ ଚେସବୋର୍ଡରେ ଏଣ୍ଟ୍ରି ମାରିଛି ଏବଂ ବିଜେପିର ସହଯୋଗୀ ଦଳ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି)କୁ ବିହାରରେ ୮ ଲୋକସଭା ଆସନ ଏବଂ ଉତ୍ତରପ୍ରଦେଶରେ ୨ ଲୋକସଭା ଆସନ ଅଫର୍ କରିଛି। ଇଣ୍ଡିଆ ମେଣ୍ଟର ଏହି ପ୍ରସ୍ତାବ ଏଲଜେପି ମୁଖ୍ୟ ଚିରାଗ ପାଶ୍ବାନଙ୍କ ଉପରେ ପ୍ରଭାବ ପକାଇପାରେ। କାରଣ ପାଶ୍ବାନଙ୍କୁ ଏନଡିଏ ମେଣ୍ଟ ଦ୍ବାରା ମାତ୍ର ୬ଟି ଲୋକସଭା ଆସନ ଅଫର କରାଯାଇଛି। ଏହି ଆସନ ମଧ୍ୟ ତାଙ୍କ କାକା ତଥା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ପଶୁପତି ପାରସଙ୍କ ସହ ବାଣ୍ଟି ହୋଇଯିବ। ଅନ୍ୟପକ୍ଷେ ଇଣ୍ଡିଆ ମେଣ୍ଟ ଏଲଜେପିକୁ ଅଫର କରିଥିବା ସମସ୍ତ ୬ ଆସନରେ ଏହା ୨୦୧୯ରେ ଲଢ଼ିଥିଲା। ଇଣ୍ଡିଆ ମେଣ୍ଟ ଏଲଜେପିକୁ ଅଧିକ ୨ଟି ଆସନ ଦେଇଛି ଏବଂ ଉତ୍ତରପ୍ରଦେଶରେ ଏଲଜେପିକୁ ୨ଟି ଆସନ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଏବଂ ଜେଡିୟୁ ୨୦୧୯ରେ ବିହାରରେ ୧୭ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ଏଲଜେପି ୬ ଆସନରେ ଲଢ଼ିଥିଲା। ଏଲଜେପି ସମସ୍ତ ୬ ଆସନରେ ଜିତିଥିବାବେଳେ ଜେଡିୟୁ କିଶାନଗଞ୍ଜରେ କଂଗ୍ରେସଠାରୁ ହାରି ଯାଇଥିଲା।

Tags: