ବିହାରରେ ବିଜେପି ପୋଛି ହୋଇଯାଇଛି : ତେଜସ୍ବୀ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବ ସୋମବାର ଦିନ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ବିଜେପି ବିହାରରେ ପୋଛି ହୋଇଯାଇଛି ଏବଂ ଇଣ୍ଡି ମେଣ୍ଟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ। ବିପୁଳ ଜନସମର୍ଥନ ସହ ଇଣ୍ଡି ମେଣ୍ଟ ଚଳିତ ଥର ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ତେଜସ୍ବୀ କହିଛନ୍ତି, ବିହାରରେ ବିଜେପି ପୋଛି ହୋଇଯାଇଛି ଏବଂ ଆମେ ଭଲ ଭୋଟ୍ ହାର ସହ ବିହାରରେ […]

Samaya Live Picture
Published On

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବ ସୋମବାର ଦିନ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ବିଜେପି ବିହାରରେ ପୋଛି ହୋଇଯାଇଛି ଏବଂ ଇଣ୍ଡି ମେଣ୍ଟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ। ବିପୁଳ ଜନସମର୍ଥନ ସହ ଇଣ୍ଡି ମେଣ୍ଟ ଚଳିତ ଥର ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ତେଜସ୍ବୀ କହିଛନ୍ତି, ବିହାରରେ ବିଜେପି ପୋଛି ହୋଇଯାଇଛି ଏବଂ ଆମେ ଭଲ ଭୋଟ୍ ହାର ସହ ବିହାରରେ ନିର୍ବାଚନ ଜିତୁଛୁ। ଏଥର ଇଣ୍ଡି ମେଣ୍ଟ ସରକାର ଗଠନ କରିବ ଏବଂ ଆମ ନିକଟରେ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ ଦାବି କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତେଜସ୍ବୀ ଆଜି ବିହାରର ଭକ୍ତିୟାରପୁରରେ ରାଲି କରିଛନ୍ତି। ରାଲିରେ ତେଜସ୍ବୀ ଏହା ଅଭିଯୋଗ କରିଛନ୍ତି ଯେ ସିବିଆଇ ଏବଂ ଇଡି ପରି ତଦନ୍ତକାରୀ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ ହାତରେ ଖେଳନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତେ ତାରିଖ ଦେଇ ଜେଲ୍କୁ ପଠାଇବାର ଧମକ ଦେଉଛନ୍ତି। ତେବେ ବିରୋଧୀ ନେତାଙ୍କୁ ଜେଲ୍ ପଠାଇବା ନେଇ ପ୍ରଧାନମନ୍ତ୍ରୀ ଧମକ ଦେବା କଥାରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ସିବିଆଇ ଏବଂ ଇଡି ହେଉଛନ୍ତି ମୋଦୀଙ୍କ କଣ୍ଢେଇ।

Tags: