ବିହାରରେ ବନ୍ଦ ପାଳନ ବେଳେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
ପାଟନା: ବିହାରର ଗୋପାଳଗଞ୍ଜରେ ଆଜି ବନ୍ଦ ପାଳନ ବେଳେ ଏକ ବଡ଼ ଅଘଟଣ ଘଟିଯାଇଥାନ୍ତା। ଆନ୍ଦୋଳନକାରୀମାନେ ଆଜି ଏକ ସ୍କୁଲ୍ ବସରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ଏହି ସ୍କୁଲ୍ ବସ୍ରେ ପିଲାମାନେ ଥିଲେ। କିନ୍ତୁ ଗୋପାଳଗଞ୍ଜ ପୁଲିସ ସଠିକ୍ ସମୟରେ ଆନ୍ଦୋଳନରତ ଲୋକଙ୍କୁ ଅଟକାଇବାରେ ସକ୍ଷମ ହେବାରୁ ଏକ ବଡ଼ ବିପଦ ଟଳିଗଲା। ଜଣେ ବ୍ୟକ୍ତି ବସ୍ ନିକଟରେ ଟାୟାର ଜାଳୁଥିବାବେଳେ ବସ୍ ଅତିକ୍ରମ କରିବାକୁ ଥିବା ରାସ୍ତାରେ ଅନେକ ନିଆଁ ଲାଗିଥିବା ଟାୟାର […]
ପାଟନା: ବିହାରର ଗୋପାଳଗଞ୍ଜରେ ଆଜି ବନ୍ଦ ପାଳନ ବେଳେ ଏକ ବଡ଼ ଅଘଟଣ ଘଟିଯାଇଥାନ୍ତା। ଆନ୍ଦୋଳନକାରୀମାନେ ଆଜି ଏକ ସ୍କୁଲ୍ ବସରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ଏହି ସ୍କୁଲ୍ ବସ୍ରେ ପିଲାମାନେ ଥିଲେ। କିନ୍ତୁ ଗୋପାଳଗଞ୍ଜ ପୁଲିସ ସଠିକ୍ ସମୟରେ ଆନ୍ଦୋଳନରତ ଲୋକଙ୍କୁ ଅଟକାଇବାରେ ସକ୍ଷମ ହେବାରୁ ଏକ ବଡ଼ ବିପଦ ଟଳିଗଲା। ଜଣେ ବ୍ୟକ୍ତି ବସ୍ ନିକଟରେ ଟାୟାର ଜାଳୁଥିବାବେଳେ ବସ୍ ଅତିକ୍ରମ କରିବାକୁ ଥିବା ରାସ୍ତାରେ ଅନେକ ନିଆଁ ଲାଗିଥିବା ଟାୟାର ମଧ୍ୟ ପଡ଼ିଥିଲା । କିନ୍ତୁ ବସ୍ରେ ଥିବା ସ୍କୁଲ୍ ପିଲା ସମସ୍ତେ ସୁରକ୍ଷିତ ଅଛନ୍ତି। ବିହାରରେ ଆଜି ବନ୍ଦ ପାଳନ ବେଳେ ଅନେକ ସ୍ଥାନରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ଼ କରିଛି।




