ବିହାରରେ ବଜ୍ରପାତରେ ୧୩ ଜଣଙ୍କ ମୃତ୍ୟୁ

ପାଟନା: ବିହାରର ୪ ଜିଲ୍ଲା ବେଗୁସରାଇ, ଦରଭଙ୍ଗା, ମଧୁବନୀ ଏବଂ ସମସ୍ତିପୁରରେ ବଜ୍ରପାତ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି। ବଜ୍ରପାତ ଯୋଗୁଁ ‌ବେଗୁସରାଇରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦରଭଙ୍ଗାରେ ୪ , ମଧୁବନୀରେ ୩ ଏବଂ ସମସ୍ତିପୁରରେ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଉତ୍ତର ବିହାରର ମଧୁବନୀ, ବେଗୁସରାଇ ଏବଂ ଦରଭଙ୍ଗାର ବିଭିନ୍ନ ଅଂଶରେ ଝଡ଼ତୋଫାନ ଏବଂ କୁଆପଥର […]

ବିହାରରେ ବଜ୍ରପାତରେ ୧୩ ଜଣଙ୍କ ମୃତ୍ୟୁ
Samaya Live Picture
Published On

ପାଟନା: ବିହାରର ୪ ଜିଲ୍ଲା ବେଗୁସରାଇ, ଦରଭଙ୍ଗା, ମଧୁବନୀ ଏବଂ ସମସ୍ତିପୁରରେ ବଜ୍ରପାତ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି। ବଜ୍ରପାତ ଯୋଗୁଁ ‌ବେଗୁସରାଇରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦରଭଙ୍ଗାରେ ୪ , ମଧୁବନୀରେ ୩ ଏବଂ ସମସ୍ତିପୁରରେ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଉତ୍ତର ବିହାରର ମଧୁବନୀ, ବେଗୁସରାଇ ଏବଂ ଦରଭଙ୍ଗାର ବିଭିନ୍ନ ଅଂଶରେ ଝଡ଼ତୋଫାନ ଏବଂ କୁଆପଥର ବର୍ଷା ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଜ୍ରପାତଜନିତ ମୃତୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

Tags: