ବିହାରରେ ପୁରୋହିତଙ୍କୁ ଗୁଳି କରି ହତ୍ୟା, ଆଖି ତାଡ଼ିଦେଲେ, ଗୁପ୍ତାଙ୍ଗ କାଟିଦେଲେ
ପାଟନା: ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗତ କିଛି ଦିନ ଧରି ନିଖୋଜ ଥିବା ଜଣେ ପୁରୋହିତଙ୍କ ପତ୍ତା ମିଳିଛି। କିନ୍ତୁ ସେ ଜୀବିତ ନାହାନ୍ତି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଆଖି ତାଡ଼ି ଦିଆଯାଇଛି ଏବଂ ଗୁପ୍ତାଙ୍ଗ କାଟି ଦିଆଯାଇଛି। ଉକ୍ତ ଘଟଣା ପାଇଁ ସ୍ଥାନୀୟ ଲୋକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଉପୁଜିଛି। ସଂଘର୍ଷ ଯୋଗୁଁ ୨ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ପୀଡ଼ିତ ମନୋଜ କୁମାର ଗୋପାଳଗଞ୍ଜ ଜିଲ୍ଲା ଅଧୀନସ୍ଥ […]
ପାଟନା: ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗତ କିଛି ଦିନ ଧରି ନିଖୋଜ ଥିବା ଜଣେ ପୁରୋହିତଙ୍କ ପତ୍ତା ମିଳିଛି। କିନ୍ତୁ ସେ ଜୀବିତ ନାହାନ୍ତି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଆଖି ତାଡ଼ି ଦିଆଯାଇଛି ଏବଂ ଗୁପ୍ତାଙ୍ଗ କାଟି ଦିଆଯାଇଛି। ଉକ୍ତ ଘଟଣା ପାଇଁ ସ୍ଥାନୀୟ ଲୋକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଉପୁଜିଛି। ସଂଘର୍ଷ ଯୋଗୁଁ ୨ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ପୀଡ଼ିତ ମନୋଜ କୁମାର ଗୋପାଳଗଞ୍ଜ ଜିଲ୍ଲା ଅଧୀନସ୍ଥ ଦନାପୁର ଗ୍ରାମରେ ଥିବା ଶିବ ମନ୍ଦିରର ପୁରୋହିତ। ଗତ ୬ ଦିନ ଧରି ସେ ନିଖୋଜ ଥିଲେ। ତାଙ୍କ ଭାଇ ଅଶୋକ କୁମାର ଶାହ ହେଉଛନ୍ତି ବିଜେପିର ପୂର୍ବତନ ଡିଭିଜନାଲ୍ ସଭାପତି। ପୁଲିସ ଅନୁଯାୟୀ ମନୋଜ କୁମାର ଘରୁ ମନ୍ଦିରକୁ ଯିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଏନେଇ ପୁଲିସରେ ଏତଲା ରୁଜୁ ହେବାପରେ ପୁଲିସ ତାଙ୍କୁ ଖୋଜାଖୋଜି ଆରମ୍ଭ କଲା। କିନ୍ତୁ ପାଇଲା ନାହିଁ। ଶନିବାର ଦିନ ପୁଲିସ ଗାଁର ଏକ ବୁଦାରୁ ପୀଡ଼ିତ ପୁରୋହିତଙ୍କ ମୃତଦେହ ପାଇଛି। ସ୍ଥାନୀୟ ଲୋକ ଉକ୍ତ ଘଟଣା ସଂକ୍ରାନ୍ତରେ ଖବର ପାଇବାପରେ ପ୍ରବଳ ବିରୋଧ କରିଥିଲେ। ପୁଲିସର ଅବହେଳାକୁ ସେମାନେ ଦାୟୀ କଲେ। ସ୍ଥାନୀୟ ଲୋକମାନେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ ଏବଂ ପୁଲିସକୁ ପଥର ମାଡ଼ କରିଥିଲେ। ସେମାନେ ମଧ୍ୟ ହାଇୱେରେ ପାର୍କିଂ ହୋଇଥିବା ଏକ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।




