ବିହାରରେ ଦୈନିକ ଜାଗରଣ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରର ଆରାରିଆ ଜିଲ୍ଲାରେ ଆଜି ସକାଳେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକଙ୍କ ନାଁ ବିମଳ ଯାଦବ। ସେ ଦୈନିକ ଜାଗରଣରେ ସାମ୍ବାଦିକ ଭାମେ କାମ କରୁଥିଲେ। ଅଜି ସକାଳେ ସାମ୍ବାଦିକଙ୍କ ରାଣିଗଞ୍ଜ ସ୍ଥିତ ବାସଭବନରେ ୪ ଜଣ ଲୋକ ଆସି ପହଞ୍ଚିଥିଲେ। ସେମାନେ କବାଟ ବାଡ଼େଇବାରୁ ସାମ୍ବାଦିକ ବିମଲ ଯାଦବ କବାଟ ଖୋଲିଥିଲେ। ଏହି ସମୟରେ ଉକ୍ତ ୪ ଦୁର୍ବୃତ୍ତ ସାମ୍ବାଦିକଙ୍କ ଛାତିକୁ ଗୁଳି ମାରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ […]

Samaya Live Picture
Published On

ପାଟନା: ବିହାରର ଆରାରିଆ ଜିଲ୍ଲାରେ ଆଜି ସକାଳେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକଙ୍କ ନାଁ ବିମଳ ଯାଦବ। ସେ ଦୈନିକ ଜାଗରଣରେ ସାମ୍ବାଦିକ ଭାମେ କାମ କରୁଥିଲେ। ଅଜି ସକାଳେ ସାମ୍ବାଦିକଙ୍କ ରାଣିଗଞ୍ଜ ସ୍ଥିତ ବାସଭବନରେ ୪ ଜଣ ଲୋକ ଆସି ପହଞ୍ଚିଥିଲେ। ସେମାନେ କବାଟ ବାଡ଼େଇବାରୁ ସାମ୍ବାଦିକ ବିମଲ ଯାଦବ କବାଟ ଖୋଲିଥିଲେ। ଏହି ସମୟରେ ଉକ୍ତ ୪ ଦୁର୍ବୃତ୍ତ ସାମ୍ବାଦିକଙ୍କ ଛାତିକୁ ଗୁଳି ମାରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଆରାରିଆ ଏସ୍ପି ଅଶୋକ କୁମାର ସିଂହ କହିଛନ୍ତି, ଆଜି ସକାଳ ୫.୩୦ରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ଧରିବାପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ମିଳିଥିବା ସୂଚନାନୁଯାୟୀ ସନ୍ଦିଗ୍ଧ ଅଭିଯୁକ୍ତ ୨୦୦୯ରେ ବିମଲ ଯାଦବଙ୍କ ଭାଇଙ୍କୁ ହତ୍ୟା କରିଥିଲା। ବିମଲ ଯାଦବ ଏହି ମାମଲାରେ ମୁଖ୍ୟ ସାକ୍ଷୀ। ସେ ଏହି ମାମଲାରେ ତାଙ୍କ ମତ ବଦଳାଇବାପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପଡ଼ିଥିଲ। ତେବେ ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଳଲି ପୁଲିସ ସନ୍ଦେହ କରୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Tags: