ବିହାରରେ ଟ୍ରେନ୍‌ ଦୁର୍ଘଟଣା, ୪ ମୃତ , ୭୦ରୁ ଅଧିକ ଆହତ

ପାଟନା: ବିହାରରେ ଗତକାଲି ରାତିରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି। ରଘୁନାଥପୁର ଷ୍ଟେସନର ଡାଉନ ଲାଇନରେ ଦିଲ୍ଲୀ-କାମାକ୍ଷା ନର୍ଥଇଷ୍ଟ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସର ୬ଟି ବଗି ରାତି ୯ଟା ୪୫ରେ ଲାଇନଚ୍ୟୁତ ହୋଇଯାଇଛି। ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର […]

Samaya Live Picture
Published On

ପାଟନା: ବିହାରରେ ଗତକାଲି ରାତିରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି। ରଘୁନାଥପୁର ଷ୍ଟେସନର ଡାଉନ ଲାଇନରେ ଦିଲ୍ଲୀ-କାମାକ୍ଷା ନର୍ଥଇଷ୍ଟ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସର ୬ଟି ବଗି ରାତି ୯ଟା ୪୫ରେ ଲାଇନଚ୍ୟୁତ ହୋଇଯାଇଛି। ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ପିଡିଡିୟୁ-ପାଟନା ରେଳ ଡିଭିଜନ ଅନ୍ତର୍ଗତ ରଘୁନାଥପୁର ‌ଷ୍ଟେସନ ପାଖରେ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ଦିନ ରେଳବାଇ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ଆହତଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଦ୍ଧାର କା‌ର୍ଯ୍ୟ ଶେଷ ହୋଇଛି ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜାଣିବାପାଇଁ ତଦନ୍ତ ଆରମ୍ଭ ‌ହେବ ବୋଲି ସେ କହିଛନ୍ତି।

Tags: