ବିହାରରେ ଟ୍ରକ୍-ଟେମ୍ପୋ ମୁହାଁମୁହିଁ ଧକ୍କା : ୯ ମୃତ

ନୂଆଦିଲ୍ଲୀ: ବିହାରରେ ଆଜି ଏକ ମର୍ମନ୍ତୂଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିହାର ଲଖିସରାଇ ଜିଲ୍ଲାରେ ଆଜି ଏକ ଟ୍ରକ ଏବଂ ଟେମ୍ପୋ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଲଖିସରାଇ –ସିକନ୍ଦରା ମୁଖ୍ୟ ରାସ୍ତା ନିକଟସ୍ଥ ବିହରୌରା ଗ୍ରାମରେ ଆଜି ଏହି ଦୁର୍ଘଟଣାଘ ହୋଇଛି। ଟେମ୍ପାରେ ମୋଟ୍ ୧୫ ଜଣ ଥିଲେ। ଦୁର୍ଘଟଣା ସମୟରେ ଏହା ବିପରୀତ ପାର୍ଶ୍ବରୁ ଆସୁଥିଲା। ଅଧିକାଂଶ ମୃତକମାନେ ମୁଙ୍ଗେର ଜିଲ୍ଲାର। ମୃତକମାନେ ହେଉଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ବିହାରରେ ଆଜି ଏକ ମର୍ମନ୍ତୂଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିହାର ଲଖିସରାଇ ଜିଲ୍ଲାରେ ଆଜି ଏକ ଟ୍ରକ ଏବଂ ଟେମ୍ପୋ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଲଖିସରାଇ –ସିକନ୍ଦରା ମୁଖ୍ୟ ରାସ୍ତା ନିକଟସ୍ଥ ବିହରୌରା ଗ୍ରାମରେ ଆଜି ଏହି ଦୁର୍ଘଟଣାଘ ହୋଇଛି। ଟେମ୍ପାରେ ମୋଟ୍ ୧୫ ଜଣ ଥିଲେ। ଦୁର୍ଘଟଣା ସମୟରେ ଏହା ବିପରୀତ ପାର୍ଶ୍ବରୁ ଆସୁଥିଲା। ଅଧିକାଂଶ ମୃତକମାନେ ମୁଙ୍ଗେର ଜିଲ୍ଲାର। ମୃତକମାନେ ହେଉଛନ୍ତି ବୀର ପାଶ୍ବାନ, ବିକାଶ କୁମାର, ବିଜୟ କୁମାର, ଦିବାନା ପାସ୍ବାନ, ଅମିତ କୁମାର, ମୋନୁ କୁମାର, କିଷାନ କୁମାର ଏବଂ ମନୋଜ ଗୋସ୍ବାମୀ। ଲଖିସରାଇ ଏସପି ପଙ୍କଜ କୁମାରଙ୍କ ଅନୁଯାୟୀ ଆଜି ଭୋର ପ୍ରାୟ ୩ଟା ସମୟରେ ଲଖିସରାଇ-ସିକନ୍ଦରା ମୁଖ୍ୟ ରାସ୍ତା ନିକଟରେ ଏହି ଦୁର୍ଘଟଣା ହୋଇଛି। ୯ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ ପୀଡ଼ିତମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଟ୍ରକଟିକୁ ପୁଲିସ ଜବତ କରିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

Tags: