ବିହାରରେ ଜିଲ୍ଲାପାଳଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁୃ
ପାଟନା: ବିହାରର ମଧୁବନୀ ଜିଲ୍ଲାରେ ଜଣେ ଜିଲ୍ଲାପାଳଙ୍ଗ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମାଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନାଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅଙ୍କ ସମେତ ମୋଟ୍ ୩ ଜଣଙ୍କ ମୃତ୍ୟୁ ହୋଇଛି। ମଧୁବନୀ ଜିଲ୍ଲାର ଫୁଲପଡ଼ାସ ଛକ ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ୮ଟା ବେଳେ ମାଧେପୁରା ଜିଲ୍ଲାପାଳଙ୍କ ଗାଡ଼ି ଦରଭଙ୍ଗାରୁ ମାଧେପୁରା ଫେରୁଥିବା […]
ପାଟନା: ବିହାରର ମଧୁବନୀ ଜିଲ୍ଲାରେ ଜଣେ ଜିଲ୍ଲାପାଳଙ୍ଗ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମାଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନାଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅଙ୍କ ସମେତ ମୋଟ୍ ୩ ଜଣଙ୍କ ମୃତ୍ୟୁ ହୋଇଛି। ମଧୁବନୀ ଜିଲ୍ଲାର ଫୁଲପଡ଼ାସ ଛକ ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ୮ଟା ବେଳେ ମାଧେପୁରା ଜିଲ୍ଲାପାଳଙ୍କ ଗାଡ଼ି ଦରଭଙ୍ଗାରୁ ମାଧେପୁରା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାର୍ଟି ପ୍ରଥମେ ଗୁଡ଼ିଆ ଦେବୀ ନାମ୍ନୀ ଜଣେ ମହିଳା (୨୭) ଓ ତାଙ୍କ ଝିଅ (୭)କୁ ଧକ୍କା ଦେବା ପରେ ରାଜପଥରେ କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଶ୍ରମିକମାନଙ୍କୁ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଏକାଠି ହୋଇ ରାଜପଥ ଅବରୋଧ କରିଛନ୍ତି।




