ବିହାରରେ କୋଟା ୭୫ ପ୍ରତିଶତକୁ ବୃଦ୍ଧି କରିବାପାଇଁ ନୀତୀଶଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଏସ୍ସି ଏବଂ ଏସଟି (ଅନୁସୂଚିତ ଜାତି ଏବଂ ଜନଜାତି), ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ), ଅତି ପଛୁଆ ବର୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ରାଜ୍ୟ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଦିଆଯାଇଥିବା ୧୦ ପ୍ରତିଶତ ସଂରକ୍ଷଣ ବାଦ୍ ନୀତୀଶ ଆହୁରି ୬୫ ପ୍ରତିଶତ ସଂରକ୍ଷଣ ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଏସ୍ସି ଏବଂ ଏସଟି (ଅନୁସୂଚିତ ଜାତି ଏବଂ ଜନଜାତି), ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ), ଅତି ପଛୁଆ ବର୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ରାଜ୍ୟ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଦିଆଯାଇଥିବା ୧୦ ପ୍ରତିଶତ ସଂରକ୍ଷଣ ବାଦ୍ ନୀତୀଶ ଆହୁରି ୬୫ ପ୍ରତିଶତ ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ନୀତୀଶ କହିଛନ୍ତି, ଆମେ ବିଚାରବିମର୍ଶ କରିବାପରେ ଏସଂକ୍ରାନ୍ତରେ ଯାହା ଆବଶ୍ୟକତ ସେନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବୁ। ନୀତୀଶ କହିଛନ୍ତି, ଚଳିତ ଅଧିବେଶନରେ ଏହିସବୁ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ। ପ୍ରସ୍ତାବିତ କୋଟା ଅଧୀନରେ ଏସ୍ସି ସଦସ୍ୟ ଏଣିକି ୨୦ ପ୍ରତିଶତ ସଂରକ୍ଷଣ ପାଇପାରିବେ। ଅନ୍ୟପକ୍ଷେ ଓବିସି ଏବଂ ଇବିସି କୋଟା ୪୩ ପ୍ରତିଶତକୁ ବୃଦ୍ଧି ପାଇବ। ପୂର୍ବରୁ ଏହା ୩୦ ପ୍ରତିଶତ ଥିଲା। ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ଇବିସି ପାଇଁ ୧୮ ପ୍ରତିଶତ, ଓବିସି ପାଇଁ ୧୨ ପ୍ରତିଶତ, ଏସ୍ସି ପାଇଁ ୧୬ ପ୍ରତିଶତ ଏବଂ ଏସ୍ଟି ପାଇଁ ୧ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। ଉଲ୍ଲେଖଯୋଗ୍ୟ ଯେ ଆଜି ବିହାର ବିଧାନସଭାରେ ବିବାଦୀୟ ଜାତିଗତ ଜନଗଣନାର ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ ହେବାର ମାତ୍ର କିଛି ଘଣ୍ଟା ପରେ ଏହି ପ୍ରସ୍ତାବ ଆସିଛି।

Tags: