ବିହାରରେ ଇବିସି ପାଇଁ ସଂରକ୍ଷଣ, ଜମି ଏବଂ ଶିକ୍ଷାକୁ ନେଇ ଇଣ୍ଡି ମେଣ୍ଟର ପ୍ରତିଶ୍ରୁତି
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିହାରରେ ବିରୋଧୀ ଇଣ୍ଡି ମେଣ୍ଟ ଇବିସି (ଅତି ପଛୁଆ ବର୍ଗ) ପାଇଁ ଆଜି ଏକ୧୦ ସୂତ୍ରୀ ସଂକଳ୍ପପତ୍ର ଜାରି କରିଛି। ଇଣ୍ଡି ମେଣ୍ଟ ଇବିସି ପାଇଁ ପ୍ରତିଶ୍ରୁତି ଦେଇ କହିଛି ଯେ ଯଦି ଏହା କ୍ଷମତାକୁ ଆସେ ତେବେ ସେମାନଙ୍କ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ଅତ୍ୟାଚାର ବିରୋଧରେ ଏକ ନୂଆ ଆଇନ ଆଣିବ ଏବଂ ସ୍ଥାନୀୟ ନିର୍ବାଚନରେ ସେମାନଙ୍କ ପାଇଁ […]
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିହାରରେ ବିରୋଧୀ ଇଣ୍ଡି ମେଣ୍ଟ ଇବିସି (ଅତି ପଛୁଆ ବର୍ଗ) ପାଇଁ ଆଜି ଏକ୧୦ ସୂତ୍ରୀ ସଂକଳ୍ପପତ୍ର ଜାରି କରିଛି। ଇଣ୍ଡି ମେଣ୍ଟ ଇବିସି ପାଇଁ ପ୍ରତିଶ୍ରୁତି ଦେଇ କହିଛି ଯେ ଯଦି ଏହା କ୍ଷମତାକୁ ଆସେ ତେବେ ସେମାନଙ୍କ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ଅତ୍ୟାଚାର ବିରୋଧରେ ଏକ ନୂଆ ଆଇନ ଆଣିବ ଏବଂ ସ୍ଥାନୀୟ ନିର୍ବାଚନରେ ସେମାନଙ୍କ ପାଇଁ ଉଚ୍ଚ ସଂରକ୍ଷଣ ବ୍ୟବସ୍ଥା କରିବ । ଶିକ୍ଷା, ଆବାସ ଓ ସରକାରୀ କଣ୍ଟ୍ରାକ୍ଟ କ୍ଷେତ୍ରରେ ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ। ପାଟନାରେ ଏହି ବର୍ଗ ପାଇଁ ‘ନ୍ୟାୟ ସଙ୍କଳ୍ପ’ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଇଣ୍ଡି ମେଣ୍ଟ ବିହାରରେ ସରକାର ଗଠନ କରେ ତେବେ ଏହା ସମସ୍ତ ୧୦ଟି ପ୍ରତିଶ୍ରୁତି ପୂରଣ କରିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଇଣ୍ଡି ମେଣ୍ଟ ତାଙ୍କ ଦଳ କ୍ଷମତାକୁ ଆସିଲେ ‘ଅତ୍ୟଧିକ ପଛୁଆ ଅତ୍ୟାଚାର ନିରାକରଣ ଆଇନ’ ଆଣିବ। କଂଗ୍ରେସର ଏହି ସଂକଳ୍ପପତ୍ରରେ ଅତ୍ୟଧିକ ପଛୁଆ ବର୍ଗ, ଏସ୍ସି, ଏସଟି ଏବଂ ପଛୁଆ ଶ୍ରେଣୀର ଘର ନଥିବା ଲୋକଙ୍କ ପାଇଁ ଜମି ପ୍ରଦାନ ପ୍ରତିଶ୍ରୁ୍ତି ମଧ୍ୟ ଦିଆଯାଇଛି। ସେହିପରି ଶିକ୍ଷା ଏବଂ ସରକାରୀ କଣ୍ଟ୍ରାକ୍ଟ କ୍ଷେତ୍ରରେ ଅଧିକ ସଂରକ୍ଷଣ ଘୋଷଣା କରାଯାଇଛି।




