ବିହାର‌ରେ ଅଭାବନୀୟ ଘଟଣା, ୧୫୦୦ ଟଙ୍କା ପାଇଁ ଦଳିତ ମହିଳାଙ୍କୁ ଉଲ୍ଲଗ୍ନ କରି ତାଙ୍କ ମୁହଁରେ ପରିସ୍ରା କଲେ ଋଣଦାତା

ପାଟନା: ବିହାରର ପାଟନା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ନେଇଥିବା ଜଣେ ଦଳିତ ମହିଳାଙ୍କୁ ଋଣଦାତା, ତା’ର ପୁଅ ଓ ତା’ର ସହଯୋଗୀମାନେ ଉଲ୍ଲଗ୍ନ କରି ମାଡ଼ ମାରିବା ସହ ତାଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ପୂରା ଟଙ୍କା ଶୁଝି ସାରିଥିଲେ ମଧ୍ୟ ଅନ୍ୟାୟ ଭାବରେ ତାଙ୍କଠାରୁ ଅଧିକ ଟଙ୍କା ଦାବି କରିବା ନେଇ ସେ ପୁଲିସରେ ଅଭିଯୋଗ କରିବାରୁ ତାଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର […]

Samaya Live Picture
Published On

ପାଟନା: ବିହାରର ପାଟନା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ନେଇଥିବା ଜଣେ ଦଳିତ ମହିଳାଙ୍କୁ ଋଣଦାତା, ତା’ର ପୁଅ ଓ ତା’ର ସହଯୋଗୀମାନେ ଉଲ୍ଲଗ୍ନ କରି ମାଡ଼ ମାରିବା ସହ ତାଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ପୂରା ଟଙ୍କା ଶୁଝି ସାରିଥିଲେ ମଧ୍ୟ ଅନ୍ୟାୟ ଭାବରେ ତାଙ୍କଠାରୁ ଅଧିକ ଟଙ୍କା ଦାବି କରିବା ନେଇ ସେ ପୁଲିସରେ ଅଭିଯୋଗ କରିବାରୁ ତାଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର କରାଯାଇଛି। ଖୁସ୍ରୁପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସିଂହ ଓ ତାଙ୍କ ପୁଅ ଅଂଶୁ ସିଂହ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି ଚାଲିଛି। ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୀଡ଼ିତା ମହିଳାଙ୍କର କହିବା ଅନୁସାରେ ତାଙ୍କ ସ୍ବାମୀ କିଛିମାସ ତଳେ ପ୍ରମୋଦ ସିଂହଠାରୁ ୧୫୦୦ ଟଙ୍କା ଧାର ନେଇଥିଲେ ଏବଂ ସୁଧ ସହ ସବୁ ଟଙ୍କା ଫେରସ୍ତ କରିସାରିଛନ୍ତି। କିନ୍ତୁ ପ୍ରମୋଦ ଅନ୍ୟାୟ ଭାବେ ତାଙ୍କଠାରୁ ଅଧିକ ଟଙ୍କା ଦାବି କରୁଥିଲା। ଅଧିକ ଟଙ୍କା ଦେବାକୁ ମନା କରିବାରୁ ସେ ଏପରି କାମ କରିଛି।

Tags: