ବିଷାଦରେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ : ତିହାରର ଜେଲ୍ ନମ୍ବର ୭ ସୁପରିନଟେଣ୍ଡେଣ୍ଟଙ୍କୁ ଜେଲ୍ ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିଷାଦରେ ଅଛନ୍ତି। ନିଃସଙ୍ଗତା ଦୂର ପାଇଁ ସତ୍ୟେନ୍ଦ୍ର ଜୈନ ଅନ୍ୟ ୨ ଜଣ କଏଦୀଙ୍କ ସହ ରହିବାକୁ ଚାହିଥିଲେ ଏବଂ ଏନେଇ ଜେଲ୍ ସୁପରିନଟେଣ୍ଡେଣ୍ଟ୍ଙ୍କୁ ଅନୁରୋଧ କରିଥିଲେ। ଜୈନଙ୍କ ଅନୁରୋଧ କ୍ରମେ ସେ ରହୁଥିବା ପ୍ରକୋଷ୍ଠରେ ଅନ୍ୟ ୨ କଏଦୀ ରହିବେ। କିନ୍ତୁ ଜେଲ୍ ପ୍ରଶାସନ ଏନେଇ ସୁପରିନଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ […]
ନୂଆଦିଲ୍ଲୀ : ତିହାରର ଜେଲ୍ ନମ୍ବର ୭ ସୁପରିନଟେଣ୍ଡେଣ୍ଟଙ୍କୁ ଜେଲ୍ ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିଷାଦରେ ଅଛନ୍ତି। ନିଃସଙ୍ଗତା ଦୂର ପାଇଁ ସତ୍ୟେନ୍ଦ୍ର ଜୈନ ଅନ୍ୟ ୨ ଜଣ କଏଦୀଙ୍କ ସହ ରହିବାକୁ ଚାହିଥିଲେ ଏବଂ ଏନେଇ ଜେଲ୍ ସୁପରିନଟେଣ୍ଡେଣ୍ଟ୍ଙ୍କୁ ଅନୁରୋଧ କରିଥିଲେ। ଜୈନଙ୍କ ଅନୁରୋଧ କ୍ରମେ ସେ ରହୁଥିବା ପ୍ରକୋଷ୍ଠରେ ଅନ୍ୟ ୨ କଏଦୀ ରହିବେ। କିନ୍ତୁ ଜେଲ୍ ପ୍ରଶାସନ ଏନେଇ ସୁପରିନଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି। ପ୍ରଶାସନର ବିନା ଅନୁମତିରେ ସୁପରିନଟେଣ୍ଡେଣ୍ଟ୍ କୌଣସି କଏଦୀଙ୍କୁ ଗୋଟିଏ ପ୍ରକୋଷ୍ଠରୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେନି। ଏଥିପାଇଁ ଉକ୍ତ ୨ କଏଦୀ ନିଜ ନିଜ ପ୍ରକୋଷ୍ଠକୁ ଫେରିଯିବାପାଇଁ ପ୍ରଶାସନ ନୋଟିସ କରିଛନ୍ତି।




