ବିଶ୍ବ ନିରାପତ୍ତା ସୂଚକାଙ୍କରେ ଆମେରିକା, ବ୍ରିଟେନ୍‌ଠାରୁ ବହୁତ ଆଗରେ ଭାରତ

ନୂଆଦିଲ୍ଲୀ:  ୨୦୨୫ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ସୂଚକାଙ୍କରେ ଆମେରିକା ଓ ବ୍ରିଟେନକୁ ପଛରେ ପକାଇ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ନୁମ୍ବେଓ ସଂସ୍ଥା ଦ୍ବାରା ଜାରି ରିପୋର୍ଟରେ ୫୫.୭ ନିରାପତ୍ତା ସୂଚକାଙ୍କ ସହ ଭାରତ ୬୬ତମ ସ୍ଥାନରେ ଥିବା ବେଳେ ଆମେରିକା ୫୦.୭୮ ନିରାପତ୍ତା ସୂଚକାଙ୍କ ସହ ୮୯ତମ ସ୍ଥାନରେ ରହିଛି। ବ୍ରିଟେନ ଏହି ତାଲିକାରେ ୮୭ତମ ସ୍ଥାନରେ ରହିଛି। ତାଲିକାରେ କାନାଡା ୭୫ତମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୮୨ତମ […]

Samaya Live Picture
Published On

ନୂଆଦିଲ୍ଲୀ:  ୨୦୨୫ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ସୂଚକାଙ୍କରେ ଆମେରିକା ଓ ବ୍ରିଟେନକୁ ପଛରେ ପକାଇ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ନୁମ୍ବେଓ ସଂସ୍ଥା ଦ୍ବାରା ଜାରି ରିପୋର୍ଟରେ ୫୫.୭ ନିରାପତ୍ତା ସୂଚକାଙ୍କ ସହ ଭାରତ ୬୬ତମ ସ୍ଥାନରେ ଥିବା ବେଳେ ଆମେରିକା ୫୦.୭୮ ନିରାପତ୍ତା ସୂଚକାଙ୍କ ସହ ୮୯ତମ ସ୍ଥାନରେ ରହିଛି। ବ୍ରିଟେନ ଏହି ତାଲିକାରେ ୮୭ତମ ସ୍ଥାନରେ ରହିଛି। ତାଲିକାରେ କାନାଡା ୭୫ତମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୮୨ତମ ସୁରକ୍ଷିତ ଦେଶ ଭାବେ ବିବେଚିତ ହୋଇଛି। ଯୁଦ୍ଧଗ୍ରସ୍ତ ଦେଶ ଇସ୍ରାଏଲ ଓ ପାଲେଷ୍ଟାଇନ ଯଥାକ୍ରମେ ୩୪ତମ ଓ ୬୧ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ରୁଷିଆ ୫୧ତମ ସ୍ଥାନରେ ଥିବା ବେଳେ ୟୁକ୍ରେନ ୮୦ତମ ସ୍ଥାନରେ ରହିଛି। ତାଲିକାରେ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ହେଉଛି ଆଣ୍ଡୋରା ଯାହାର ନିରାପତ୍ତା ସୂଚକାଙ୍କ ୮୪.୭ ରହିଛି । ୟୁନାଇଟେଡ୍ ଆରବ ଏମିରେଟ୍ସ (୮୪.୫) ଦ୍ବିତୀୟ ସ୍ଥାନରେ ଥିବା ବେଳେ କତର ତୃତୀୟ ସ୍ଥାନରେ ରହିଛି। ତେବେ  ସବୁଠାରୁ ଅସୁରକ୍ଷିତ ଦେଶ ହେଉଛି ଭେନେଜୁଏଲା ଯାହାର ନିରାପତ୍ତା ସୂଚକାଙ୍କ ୧୯.୩ ରହିଛି।

Tags: