ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଲଗାତାର ଭାବେ ଅତି ସାଂଘାତିକ ସ୍ତରରେ ରହିଛି। ଆଜି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି ସହର ଅଛି। ଏହି ସହର ଗୁଡ଼ିକ ହେଉଛି ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ। ଦିଲ୍ଲୀରେ ଆଜି ସକାଳ ୭.୩୦ରେ ଏକ୍ୟୁଆଇ ୪୮୩ ରହିବା ସହ ଏହା ସର୍ବାଧକ ପ୍ରଦୂଷିତ ସହର ତାଲିକାରେ ଏହା ଶୀର୍ଷରେ ରହିଛି। ଦିଲ୍ଲୀ ପଛକୁ ଲାହୋରରେ ଏକ୍ୟୁଆଇ ୩୭୧ ଥିବାବେଳେ କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଏକ୍ୟୁଆଇ […]
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଲଗାତାର ଭାବେ ଅତି ସାଂଘାତିକ ସ୍ତରରେ ରହିଛି। ଆଜି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି ସହର ଅଛି। ଏହି ସହର ଗୁଡ଼ିକ ହେଉଛି ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ। ଦିଲ୍ଲୀରେ ଆଜି ସକାଳ ୭.୩୦ରେ ଏକ୍ୟୁଆଇ ୪୮୩ ରହିବା ସହ ଏହା ସର୍ବାଧକ ପ୍ରଦୂଷିତ ସହର ତାଲିକାରେ ଏହା ଶୀର୍ଷରେ ରହିଛି। ଦିଲ୍ଲୀ ପଛକୁ ଲାହୋରରେ ଏକ୍ୟୁଆଇ ୩୭୧ ଥିବାବେଳେ କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଏକ୍ୟୁଆଇ ଯଥାକ୍ରମେ ୨୦୬ ଏବଂ ୧୬୨ ରହିଛି। ବିଶେଷଜ୍ଞ ଏବଂ ଡାକ୍ତରଙ୍କ ମତରେ ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏକ୍ୟୁଆଇ ୫୦ରୁ କମ୍ ରହିବା ଉଚିତ। ଦିଲ୍ଲୀରେ ୨୦ ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଆଖି ଏବଂ ଗଳା ସଂକ୍ରମଣ ଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଏକ୍ୟୁଆଇ ୦ ରୁ ୫୦ ମଧ୍ୟରେ ରହିବା ଭଲ। ଅନ୍ୟପକ୍ଷେ ଏକ୍ୟୁଆଇ ୪୦୦-୫୦୦ ମଧ୍ୟରେ ରହିଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ। ଅନ୍ୟ ରୋଗ ଥିବା ଲୋକଙ୍କ ପାଇଁ ଏହା ବିପଜ୍ଜନକ ।




