ବିଶ୍ବବ୍ୟାପୀ ବ୍ୟାପୁଛି ବାର୍ଡ ଫ୍ଲୁ, ସତର୍କ କଲା ‘ହୁ’
ଜାତିସଂଘ : ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏନେଇ ସତର୍କ କରିଛନ୍ତି। ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ଏଣୁ କୁକୁଡ଼ା ଫାର୍ମଗୁଡ଼ିକରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ ଦିଆଯାଇଛି। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁର ଅତି ସଂକ୍ରମଣଶୀଳ ଏଚ୍୫ଏନ୍୧ ଷ୍ଟ୍ରେନ୍ ଚିହ୍ନଟ ହେବା […]
ଜାତିସଂଘ : ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏନେଇ ସତର୍କ କରିଛନ୍ତି। ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ଏଣୁ କୁକୁଡ଼ା ଫାର୍ମଗୁଡ଼ିକରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ ଦିଆଯାଇଛି। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁର ଅତି ସଂକ୍ରମଣଶୀଳ ଏଚ୍୫ଏନ୍୧ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ହୁ ପକ୍ଷରୁ ମଣିଷଙ୍କ ଭିତରେ ମହାମାରୀ ବ୍ୟାପିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ହୁ ଅନୁଯାୟୀ କୁକୁଡ଼ାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ପରେ ପ୍ରାୟ ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ପକ୍ଷୀରୁ ମଣିଷ ଓ ମଣିଷରୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁ ଦେଖାଯିବା ଏବଂ ବନ୍ୟ ପକ୍ଷୀମାନଙ୍କର ଅସ୍ବାଭାବିକ ମୃତ୍ୟୁ ହେଉଥିବାରୁ ଏହା ଏକ ଉଦ୍ବେଗଜନକ ବିଷୟ ବୋଲି ହୁ ବୈଜ୍ଞାନିକ ବିଭାଗ ମୁଖ୍ୟ ଡ ଗ୍ରେଗୋରିଓ ଟରେସ କହିଛନ୍ତି।




