ବିଶାଖାପାଟନା ବନ୍ଦରରେ ଅଗ୍ନିକାଣ୍ଡ, ୨୫ ବୋଟ୍ ପୋଡ଼ି ପାଉଁଶ ହୋଇଗଲା
ନୂଆଦିଲ୍ଲୀ : ବିଶାଖାପାଟନା ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୨୫ଟି ବୋଟ୍ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁଲିଭା କାର୍ଯ୍ୟରେ ଏକାଧିକ ଅଗ୍ନିନିର୍ବାପକ ଇଂଜିନ ଏବଂ ଭା୍ରତୀୟ ନୌସେନାର ଜାହାଜ ମୁତୟନ କରାଯାଇଥିଲା। ପୋଡ଼ି ଯାଇଥିବା ପ୍ରତ୍ୟେକଟି ବୋଟ୍ର ମୂଲ୍ୟ ୧୫ ଲକ୍ଷ। ଅଗ୍ନିକାଣ୍ଡ ଯୋଗୁଁ ମୋଟ୍ ୪-୫ କୋଟି ଟଙ୍କାର କ୍ଷତି ହୋଇଛି। ବିଶାଖାପାଟନା ପୁଲିସ କମିସନର ରବି ଶଙ୍କର କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ବୋଟ୍ରେ ନିଆଁ ଲାଗି […]
ନୂଆଦିଲ୍ଲୀ : ବିଶାଖାପାଟନା ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୨୫ଟି ବୋଟ୍ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁଲିଭା କାର୍ଯ୍ୟରେ ଏକାଧିକ ଅଗ୍ନିନିର୍ବାପକ ଇଂଜିନ ଏବଂ ଭା୍ରତୀୟ ନୌସେନାର ଜାହାଜ ମୁତୟନ କରାଯାଇଥିଲା। ପୋଡ଼ି ଯାଇଥିବା ପ୍ରତ୍ୟେକଟି ବୋଟ୍ର ମୂଲ୍ୟ ୧୫ ଲକ୍ଷ। ଅଗ୍ନିକାଣ୍ଡ ଯୋଗୁଁ ମୋଟ୍ ୪-୫ କୋଟି ଟଙ୍କାର କ୍ଷତି ହୋଇଛି। ବିଶାଖାପାଟନା ପୁଲିସ କମିସନର ରବି ଶଙ୍କର କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ବୋଟ୍ରେ ନିଆଁ ଲାଗି ଯାଇଥିଲା। ପବନ ଯୋଗୁଁ ସଙ୍ଗେସଙ୍ଗେ ଅନ୍ୟ ବୋଟ୍ ଗୁଡ଼ିକୁ ନିଆଁ ବ୍ୟାପି ଯାଇଥିଲା। ବରିଷ୍ଠ ପୁଲିସ ଅଫିସର କହିଛନ୍ତି, ବୋଟ୍ରେ ଥିବା ଡିଜେଲ୍ କଣ୍ଟେନର ଏବଂ ଗ୍ୟାସ ସିଲିଣ୍ଡର ଯୋଗୁଁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା। କିଛି ଅପରାଧୀ ବୋଟ୍ରେ ନିଆଁ ଲଗାଇ ଦେଇଛନ୍ତି ବୋଲି ସନ୍ଦେହ କରାଯାଉଛି।




