ବିଶାଖାପାଟନମ ହସ୍ପିଟାଲରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ବିଶାଖାପାଟନମ ଇଣ୍ଡସ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ହୋଇଛି। ପୋର୍ଟ ସିଟିର ଜଗଦମ୍ବା ସେଣ୍ଟର ସ୍ଥିତ ଇଣ୍ଡସ ହସ୍ପିଟାଲରେ ଆଜି ପୂର୍ବାହ୍ନ ୧୧ଟାରେ ଅଗ୍ନିକାଣ୍ଡ ହୋଇଛି। ତେବେ ଘଟଣାସ୍ଥଳରେ ଥିବା ଅଗ୍ନିନିର୍ବାପକ ଦଳ ସଙ୍ଗେସଙ୍ଗେ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ। ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଛି ବୋଲି କୁହାଯାଉଛି। ତେବେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଏବଂ ହସ୍ପିଟାଲର ସମସ୍ତ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଘଟଣାରେ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ବିଶାଖାପାଟନମ ଇଣ୍ଡସ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ହୋଇଛି। ପୋର୍ଟ ସିଟିର ଜଗଦମ୍ବା ସେଣ୍ଟର ସ୍ଥିତ ଇଣ୍ଡସ ହସ୍ପିଟାଲରେ ଆଜି ପୂର୍ବାହ୍ନ ୧୧ଟାରେ ଅଗ୍ନିକାଣ୍ଡ ହୋଇଛି। ତେବେ ଘଟଣାସ୍ଥଳରେ ଥିବା ଅଗ୍ନିନିର୍ବାପକ ଦଳ ସଙ୍ଗେସଙ୍ଗେ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ। ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଛି ବୋଲି କୁହାଯାଉଛି। ତେବେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଏବଂ ହସ୍ପିଟାଲର ସମସ୍ତ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: