ବିଶାଖାପାଟଣା ର ହିନ୍ଦୁସ୍ତାନ ସିପୟାର୍ଡ଼ ରେ କ୍ରେନ୍ ଖସିପଡି 10 ଜଣଙ୍କର ମୃତ୍ୟୁ

ବିଶାଖାପାଟଣା : ଅଗଷ୍ଟ ୦୧: ଶନିବାର ଦିନ ହିନ୍ଦୁସ୍ତାନ ସିପୟାର୍ଡ଼ ଲିମିଟେଡ୍ ପରିସରରେ ଏକ ଜେଟି କ୍ରେନ୍ ଖସିପଡିଥିବା ବେଳେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ, ଅଧିକାରୀମାନେ କ୍ରେନ୍ ପରୀକ୍ଷା କରୁଥିବାବେଳେ ସକାଳ ୧୧ .୩୦ ରୁ ମଧ୍ୟାହ୍ନ ୧୨ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଅତିକମରେ 20 ଜଣ ବ୍ୟକ୍ତି ଘଟଣାସ୍ଥଳରେ କାମ କରୁଥିଲେ ଯେତେବେଳେ କ୍ରେନ୍ ଭାଙ୍ଗି ପଡିଥିଲା […]

Samaya Live Picture
Published On

ବିଶାଖାପାଟଣା : ଅଗଷ୍ଟ ୦୧: ଶନିବାର ଦିନ ହିନ୍ଦୁସ୍ତାନ ସିପୟାର୍ଡ଼ ଲିମିଟେଡ୍ ପରିସରରେ ଏକ ଜେଟି କ୍ରେନ୍ ଖସିପଡିଥିବା ବେଳେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ, ଅଧିକାରୀମାନେ କ୍ରେନ୍ ପରୀକ୍ଷା କରୁଥିବାବେଳେ ସକାଳ ୧୧ .୩୦ ରୁ ମଧ୍ୟାହ୍ନ ୧୨ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଅତିକମରେ 20 ଜଣ ବ୍ୟକ୍ତି ଘଟଣାସ୍ଥଳରେ କାମ କରୁଥିଲେ ଯେତେବେଳେ କ୍ରେନ୍ ଭାଙ୍ଗି ପଡିଥିଲା ​​ଏବଂ ବହୁ ଶ୍ରମିକଙ୍କୁ ଭାଙ୍ଗି କ୍ରେନ ତଳେ ଚାପି ହେଇ ରହିଯାଇଥିଲେ I

ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା 10 ଜଣ ଆହତଙ୍କ ମଧ୍ୟରୁ ଚାରି ଜଣ ନିୟମିତ କର୍ମଚାରୀ ହୋଇଥିବାବେଳେ ଅବଶିଷ୍ଟ ୬ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି କୁହାଯାଉଛି।

ଜିଲ୍ଲା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।

ଜିଲ୍ଲା ର କଲେକ୍ଟର ଭି ବିନୟ ଚାନ୍ଦ କହିଛନ୍ତି: “ଦୁଇ ବର୍ଷ ପୂର୍ବେ 70 ଟନ୍ କ୍ଷମତା ବିଶିଷ୍ଟ ଜେଟି କ୍ରେନ୍ କ୍ରୟ କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ ଏହାର ପୂର୍ଣ୍ଣ ପରୀକ୍ଷଣ ଆଜି ସକାଳେ ଆରମ୍ଭ ହୋଇଥିଲା। ପରୀକ୍ଷା ସମୟରେ,କ୍ରେନ ର ଉପର ଭାଗ ର କ୍ୟାବିନ ଅଂଶ ଏବଂ ଏହାର ମୂଳ ଅଂଶ ଅଲଗା ହୋଇ କ୍ରେନ୍ ଭୁଶୁଡି ପଡିଲା। ”

ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ କିଛି କର୍ମଚାରୀ ଭୁଶୁଡ଼ି ପଡ଼ିଥିବା କ୍ରେନ୍ ତଳେ ଫସି ରହିଥିବା ଜଣାପଡିଛି କାରଣ ଉଦ୍ଧାରକାରୀ ଏବଂ ଉପସ୍ଥିତ ଲୋକମାନେ ଭୁଶୁଡ଼ି ପଡ଼ିଥିବା କ୍ରେନ୍ ତଳେ ମୋବାଇଲ୍ ଫୋନ୍ ବାଜିବା ଶୁଣିଛନ୍ତି ।

ଶନିବାରର ଘଟଣା ହେଉଛି ଚଳିତ ବର୍ଷ ମେ ମାସ ଠାରୁ ବନ୍ଦର ସହରର ତୃତୀୟ ପ୍ରମୁଖ ଦୁର୍ଘଟଣା I ନିକଟରେ ଏଲଜି ପଲିମରରେ ଗ୍ୟାସ୍ ଲିକ୍ ହୋଇ 12 ଜଣଙ୍କର ମୃତ୍ୟୁ ଘଟିଥିଲା। (IANS)