ବିଲ୍ ଗୃହୀତ ହେବାର ୪ ବର୍ଷ ପରେ କାର୍ଯ୍ୟକାରୀ ହେଲା ସିଏଏ

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବରରେ ସଂସଦରେ ଗୃହୀତ ହୋଇଥିବା ସିଏଏ (ନାଗରିକତା ସଂଶୋଧନ ଆଇନ) ଦୀର୍ଘ ୪ ବର୍ଷ ପରେ ଆଜି ବାସ୍ତବର ରୂପ ନେଇଛି। ସରକାର ଆଜି ସିଏଏ କାର୍ଯ୍ୟକାରୀ କରିବାପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସିଏଏ କାର୍ଯ୍ୟକାରୀ ହେବାପରେ ସରକାର ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନର ଅଣ ମୁସଲିମ ପ୍ରବାସୀମାନଙ୍କୁ ନାଗରିକତା ପ୍ରଦାନ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତମାସରେ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବରରେ ସଂସଦରେ ଗୃହୀତ ହୋଇଥିବା ସିଏଏ (ନାଗରିକତା ସଂଶୋଧନ ଆଇନ) ଦୀର୍ଘ ୪ ବର୍ଷ ପରେ ଆଜି ବାସ୍ତବର ରୂପ ନେଇଛି। ସରକାର ଆଜି ସିଏଏ କାର୍ଯ୍ୟକାରୀ କରିବାପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସିଏଏ କାର୍ଯ୍ୟକାରୀ ହେବାପରେ ସରକାର ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନର ଅଣ ମୁସଲିମ ପ୍ରବାସୀମାନଙ୍କୁ ନାଗରିକତା ପ୍ରଦାନ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତମାସରେ ଘୋଷଣା କରିଥିଲେ। ସିଏଏ ୧୯୯୫ ନାଗରିକତା ଆଇନକୁ ସଂଶୋଧନ କରିଛି। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ପ୍ରବାସୀଙ୍କୁ ତତ୍କାଳ ଭାରତୀୟ ନାଗରିକତା ପ୍ରଦାନ କରିବାପାଇଁ ସରକାର ନାଗରିକତା ସଂଶୋଧନ ଆଇନ ଆଣିଥିଲେ। ସିଏଏକୁ ନେଇ ଦେଶ ଅନେକ ବିବାଦ ଏବଂ ଆନ୍ଦୋଳନ ଦେଖିଛି। ସରକାର ବିଜ୍ଞପ୍ତି ଜାରି କରିବା ପରେ ଶାହିନବାଗ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଇତି ମଧ୍ୟରେ କଂଗ୍ରେସ ସରକାର ଜାରି କରିଥିବା ବିଜ୍ଞପ୍ତିର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନକୁ ଧ୍ରୁବିକରଣ କରିବାପାଇଁ ସରକାର ଏହି ସମୟରେ ବିଜ୍ଞପ୍ତି ଆଣିଛନ୍ତି ବୋଲି କଂଗ୍ରେସ କହିଛି।

Tags: