ବିଲେଇକୁ ବଞ୍ଚାଇବାକୁ ଯାଇ ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅହମଦନଗର ଏକ ପରିତ୍ୟକ୍ତ କୂଅରୁ ଏକ ବିଲେଇକୁ ବଞ୍ଚାଇବାକୁ ଯାଇ ୫ ଜଣ ଲୋକ ମରି ଯାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମିଳିଥିବା ଖବର ଅନୁଯାୟୀ ଏହି ପରିତ୍ୟକ୍ତ କୂଅକୁ ଏକ ବାୟୋଗ୍ୟାସ ପିଟ୍ ଭାବେ ବ୍ୟବହାର କରାଯାଉଥିଲା। ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି, ବିଲେଇକୁ ବଞ୍ଚାଇବାପାଇଁ କୂଅକୁ ଜଣେ ପରେ ଜଣେ ଡେଇଁଥିଲେ ଏବଂ ୫ ଜଣ ଯାକ ମରିଯାଇଥିଲେ। କେବଳ ଜଣେ ବ୍ୟକ୍ତିଙ୍କୁ ଉକ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅହମଦନଗର ଏକ ପରିତ୍ୟକ୍ତ କୂଅରୁ ଏକ ବିଲେଇକୁ ବଞ୍ଚାଇବାକୁ ଯାଇ ୫ ଜଣ ଲୋକ ମରି ଯାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମିଳିଥିବା ଖବର ଅନୁଯାୟୀ ଏହି ପରିତ୍ୟକ୍ତ କୂଅକୁ ଏକ ବାୟୋଗ୍ୟାସ ପିଟ୍ ଭାବେ ବ୍ୟବହାର କରାଯାଉଥିଲା। ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି, ବିଲେଇକୁ ବଞ୍ଚାଇବାପାଇଁ କୂଅକୁ ଜଣେ ପରେ ଜଣେ ଡେଇଁଥିଲେ ଏବଂ ୫ ଜଣ ଯାକ ମରିଯାଇଥିଲେ। କେବଳ ଜଣେ ବ୍ୟକ୍ତିଙ୍କୁ ଉକ୍ତ କୂଅରୁ ଉଦ୍ଧାର କରାଯାଇଛି ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି।

Tags: