ବିଲକିସ ବାନୋ ମାମଲାରେ ଅଗଷ୍ଟ ୭ରେ ଚୂଡ଼ାନ୍ତ ଶୁଣାଣି
ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଦୋଷମୁକ୍ତ କରିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ଅଗଷ୍ଟ ୭ ତାରିଖରେ ଚୂଡ଼ାନ୍ତ ଶୁଣାଣି କରିବେ। ଜଷ୍ଟିସ ବିଭି ନାଗରତ୍ନା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ଉକ୍ତ ମାମଲାରେ ସମସ୍ତ ପକ୍ଷଙ୍କୁ ନୋଟିସ କରାଯାଇଛି। ସମସ୍ତ ପକ୍ଷଙ୍କୁ ନିଜ ନିଜର ଜବାବ ରଖିବାକୁ କୁହାଯାଇଛି। ଆସନ୍ତା ୭ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଖଣ୍ଡପୀଠ […]
ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଦୋଷମୁକ୍ତ କରିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ଅଗଷ୍ଟ ୭ ତାରିଖରେ ଚୂଡ଼ାନ୍ତ ଶୁଣାଣି କରିବେ। ଜଷ୍ଟିସ ବିଭି ନାଗରତ୍ନା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ଉକ୍ତ ମାମଲାରେ ସମସ୍ତ ପକ୍ଷଙ୍କୁ ନୋଟିସ କରାଯାଇଛି। ସମସ୍ତ ପକ୍ଷଙ୍କୁ ନିଜ ନିଜର ଜବାବ ରଖିବାକୁ କୁହାଯାଇଛି। ଆସନ୍ତା ୭ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଅଗଷ୍ଟ ୧୫ରେ ଗୁଜରାଟ ହାଇକୋର୍ଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଦୋଷମୁକ୍ତ କରିଥିଲେ। ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାକୁ ବିରୋଧ କରି ବିଲକିସ ବାନୋ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ। ସେହିପରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ସମସ୍ତ ଆବେଦନ ଉପରେ ୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ।




