ବିରୋଧୀ ବୈଠକରେ ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନି : ଶରଦ ପାୱାର
ନୂଆଦିଲ୍ଲୀ : ଗତ ସପ୍ତାହରେ ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବୈଠକରେ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ବୈଠକରେ କୌଣସି ଆଲୋଚନା ହୋଇନାହିଁ ବୋଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ମହାରାଷ୍ଟ୍ରର ବାରମତି ସହରରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ଶରଦ ପାୱାର ଆଜି ବିଜେପି ଉପରେ ତୀବ୍ର ବର୍ଷିଛନ୍ତି। ପାୱାର […]
ନୂଆଦିଲ୍ଲୀ : ଗତ ସପ୍ତାହରେ ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବୈଠକରେ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ବୈଠକରେ କୌଣସି ଆଲୋଚନା ହୋଇନାହିଁ ବୋଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ମହାରାଷ୍ଟ୍ରର ବାରମତି ସହରରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ଶରଦ ପାୱାର ଆଜି ବିଜେପି ଉପରେ ତୀବ୍ର ବର୍ଷିଛନ୍ତି। ପାୱାର କହିଛନ୍ତି, ବିରୋଧୀ ବୈଠକକୁ ନେଇ ବିଜେପି ଏତେ ଚିନ୍ତିତ କ’ଣ ପାଇଁ। ୧୯ ଜଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଟିପ୍ପଣୀର ଜବାବ ଦେଇ ପାୱାର କହିଛନ୍ତି, ଏହା ହେଉଛି ପିଲାଳିଆ ମନ୍ତବ୍ୟ। ବୈଠକରେ ପ୍ରଧାନମନ୍ତ୍ରୀ ପଦକୁ ଦେଇ କୌଣସି ଆଲୋଚନା ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗତ ୨୩ ତାରିଖରେ ପାଟନାରେ ବିରୋଧୀ ବୈଠକ ହୋଇଥିଲା। ପରବର୍ତ୍ତୀ ବିରୋଧୀ ବୈଠକ ଆସନ୍ତା ଜୁଲାଇ ୧୦ କିମ୍ବା ୧୨ ତାରିଖରେ ହେବ।




