ବିରୋଧୀ ନେତାଙ୍କ ମଧ୍ୟରେ ଭୟ ସୃଷ୍ଟି ପାଇଁ ବିଜେପି ଇଡିର ଅପବ୍ୟବହାର କରୁଛି : ପାୱାର

ନୂଆଦିଲ୍ଲୀ : ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ବାଧୀନ ସରକାର ବିରୋଧୀ ନେତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଭଳି ସଂସ୍ଥାର ଅପବ୍ୟବହାର କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପାୱାର ପୁନେରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଇଡି ଭଳି ସଂସ୍ଥାର ସହାୟତାରେ ଭୋଟରଙ୍କ ଉପରେ ପ୍ରଭାବ ପକାଇବାପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ବିରୋଧୀ ଦଳ ପକ୍ଷରୁ ନିର୍ବାଚନ ନଲଢ଼ିବାପାଇଁ ପ୍ରାର୍ଥୀମାନଙ୍କୁ ଧମକ ଦିଆଯାଇଛି […]

Samaya Live Picture
Published On

ନୂଆଦିଲ୍ଲୀ : ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ବାଧୀନ ସରକାର ବିରୋଧୀ ନେତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଭଳି ସଂସ୍ଥାର ଅପବ୍ୟବହାର କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପାୱାର ପୁନେରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଇଡି ଭଳି ସଂସ୍ଥାର ସହାୟତାରେ ଭୋଟରଙ୍କ ଉପରେ ପ୍ରଭାବ ପକାଇବାପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ବିରୋଧୀ ଦଳ ପକ୍ଷରୁ ନିର୍ବାଚନ ନଲଢ଼ିବାପାଇଁ ପ୍ରାର୍ଥୀମାନଙ୍କୁ ଧମକ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୫ ଏବଂ ୨୦୨୩ ମଧ୍ୟରେ ଇଡି କରିଥିବା ମୋଟ୍ କାର୍ଯ୍ୟାନୁଷ୍ଠାନକୁ ଶରଦ ପାୱାର ଦର୍ଶାଇଛନ୍ତି। ପାୱାର କହିଛନ୍ତି, ମୋଟ୍ ୫,୮୦୬ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ କେବଳ ୨୫ଟି ମାମଲାର ଫଏସଲା ହୋଇଛି। ମାମଲା ଫଏସଲା ହେବା ହାର ୦.୪୨ ପ୍ରତିଶତ ଏବଂ ମାମଲାରେ ଦୋଷୀସାବ୍ୟସ୍ତ ହେବାର ହାର ମାତ୍ର ୦.୪୦ ପ୍ରତିଶତ। ଇଡିର ବଜେଟ୍ ମଧ୍ୟ ୩୦୦ କୋଟିରୁ ୪୦୪ କୋଟିକୁ ବୃଦ୍ଧି ପାଇଛି।

Tags: