ବିରୋଧୀ ନେତାଙ୍କ ଆଇଫୋନ୍ ହ୍ୟାକ୍ ଉଦ୍ୟମ ଅଭିଯୋଗ
ନୂଆଦିଲ୍ଲ: ଅନେକ ବିରୋଧୀ ଦଳ ନେତା ସେମାନଙ୍କ ଆପଲ୍ ଆଇଫୋନ୍ ହ୍ୟାକ୍ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ଫୋନ୍ ଏବଂ ଇମେଲ୍କୁ ଆପଲ ଆଲର୍ଟ ମେସେଜ୍ ଆସିଛି। (ଷ୍ଟେଟ୍ ସ୍ପନସର୍ଡ ଆଟାକର୍) ତଥା ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣକାରୀ ସେମାନଙ୍କ ଆଇଫୋନ୍କୁ ଟାର୍ଗେଟ୍ କରିପାରନ୍ତି ବୋଲି ସେମାନଙ୍କ ନିକଟକୁ ଆଲର୍ଟ ମେସେଜ୍ ଆସିଥିବା ସେମାନେ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଟିଏମ୍ସିର ମହୁଆ ମୈତ୍ର, ଶିବସେନା (ୟୁବିଟି)ର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଆପ୍ର […]
ନୂଆଦିଲ୍ଲ: ଅନେକ ବିରୋଧୀ ଦଳ ନେତା ସେମାନଙ୍କ ଆପଲ୍ ଆଇଫୋନ୍ ହ୍ୟାକ୍ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ଫୋନ୍ ଏବଂ ଇମେଲ୍କୁ ଆପଲ ଆଲର୍ଟ ମେସେଜ୍ ଆସିଛି। (ଷ୍ଟେଟ୍ ସ୍ପନସର୍ଡ ଆଟାକର୍) ତଥା ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣକାରୀ ସେମାନଙ୍କ ଆଇଫୋନ୍କୁ ଟାର୍ଗେଟ୍ କରିପାରନ୍ତି ବୋଲି ସେମାନଙ୍କ ନିକଟକୁ ଆଲର୍ଟ ମେସେଜ୍ ଆସିଥିବା ସେମାନେ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଟିଏମ୍ସିର ମହୁଆ ମୈତ୍ର, ଶିବସେନା (ୟୁବିଟି)ର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଆପ୍ର ରାଘବ ଚଢ଼ା ଆପଲ୍ରୁ ସେମାନଙ୍କ ନିକଟକୁ ଆସିଥିବା ମେସେଜ୍ର ସ୍କ୍ରିନସଟ୍ ଏକ୍ସରେ ସେୟାର କରିଛନ୍ତି ଏବଂ ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରୁ ଆପଲ୍ ଉକ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛି। ଆପଲ୍ ପକ୍ଷରୁ ଜାରି ହୋଇଥିବା ବିବୃତିରେ ଏହା କୁହାଯାଇଛି ଯେ ଏହି ଆଲର୍ଟ ନୋଟିଫିକେସନ୍ (ସତର୍କ ସୂଚନା) ଗୁଡ଼ିକ କୌଣସି ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣକାରୀଙ୍କର ନୁହେଁ। ଏଭଳି ଆକ୍ରମଣକୁ ଚିହ୍ନଟ କରିବା ଗୁଇନ୍ଦା ସତର୍କତା ଉପରେ ନିର୍ଭର କରେ ଏବଂ ଏହା ମଧ୍ୟ ଅନେକ ସମୟରେ ସଠିକ୍ ହୋଇନଥାଏ। ଆପଲ୍ କମ୍ପାନି ପକ୍ଷରୁ ପୁଣିଥରେ ଏହା କୁହାଯାଇଛି ଯେ କିଛି ଆପଲ୍ ସତର୍କ ମେସେଜ୍ ଗୁଡ଼ିକ ମିଥ୍ୟା ହୋଇଥାଇପାରେ । ଅନ୍ୟପକ୍ଷେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିରୋଧୀ ଦଳ ନେତାଙ୍କାର ଫୋନ୍ ହ୍ୟାକ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିରୋଧୀ ନେତାଙ୍କୁ ସେ ବାଧ୍ୟତାମୂଳକ ସମାଲୋଚକ କହିଛନ୍ତି। ସେମାନେ ଏଭଳି କରି ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ବୈଷ୍ଣବ କହିଛନ୍ତି। ତେବେ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆସରିଛି ଏବଂ ଯେଉଁମାନଙ୍କ ନିକଟକୁ ଆପଲ୍ ଆଲର୍ଟ ମେସେଜ୍ ଆସିଛି ସେମାନେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଏଭଳି ସତର୍କ ମେସେଜ୍ ୧୫୦ଟି ରାଷ୍ଟ୍ରର ଲୋକଙ୍କ ନିକଟକୁ ପଠାଯାଇଛି ବୋଲି ଆପଲ୍ ପକ୍ଷରୁ କୁହାଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେଉଁମାରନେ ଦେଶର ପ୍ରଗତି ଦେଖିପାରନ୍ତିନି ସେମାନେ ବିନାଶକାରୀ ରାଜନୀତି କରନ୍ତି।




