ବିରୋଧୀଙ୍କୁ ନିର୍ମଳାଙ୍କ କଡ଼ା ସମାଲୋଚନା ,‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀଙ୍କ ଉପରକୁ ପ୍ରବଳ ବର୍ଷିଛନ୍ତି। ସୀତାମରଣ କହିଛନ୍ତି, ସରକାର ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀମାନେ ଆଲୋଚନା ଚାହାନ୍ତିନି। ସେମାନେ ମଣିପୁର ଯାଇ ହିଂସାର ଶିକାର ହୋଇଥିବା ଲୋକଙ୍କ ସହ କଥା ହୋଇ ଫେରିଛନ୍ତି। ସେମାନେ ମଣିପୁର ଲୋକଙ୍କଠାରୁ କ’ଣ ଶୁଣିଛନ୍ତି ତାହା ଆମେ ଶୁଣିବାକୁ ଚାହୁ। ସଂସଦରେ ଏହି ପ୍ରସଙ୍ଗରେ କହିବାପାଇଁ ସେମାନଙ୍କୁ କିଏ ଅଟକାଇଛି। ଯଦି […]
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀଙ୍କ ଉପରକୁ ପ୍ରବଳ ବର୍ଷିଛନ୍ତି। ସୀତାମରଣ କହିଛନ୍ତି, ସରକାର ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀମାନେ ଆଲୋଚନା ଚାହାନ୍ତିନି। ସେମାନେ ମଣିପୁର ଯାଇ ହିଂସାର ଶିକାର ହୋଇଥିବା ଲୋକଙ୍କ ସହ କଥା ହୋଇ ଫେରିଛନ୍ତି। ସେମାନେ ମଣିପୁର ଲୋକଙ୍କଠାରୁ କ’ଣ ଶୁଣିଛନ୍ତି ତାହା ଆମେ ଶୁଣିବାକୁ ଚାହୁ। ସଂସଦରେ ଏହି ପ୍ରସଙ୍ଗରେ କହିବାପାଇଁ ସେମାନଙ୍କୁ କିଏ ଅଟକାଇଛି। ଯଦି ସେମାନେ ମଣିପୁର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିବା ସାଧାରଣ ହୋଇଥାନ୍ତା ତେବେ ସେମାନେ ସଂସଦରେ ଆଲୋଚନା ପାଇଁ ଅନୁମତି ଦେଇଥାନ୍ତେ। କିନ୍ତୁ ସେମାନେ କେବଳ ମଣିପୁର ସ୍ଲୋଗାନ ଦେଇ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିରୋଧୀ ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରଥମେ ସେମାନେ କହିଲେ ଆମେ ମଣିପୁର ପ୍ରସଙ୍ଗରେ ଆଲୋଚନା ଚାହୁ। କିନ୍ତୁ ସରକାର ଆଲୋଚନା ପାଇଁ ରାଜିହେବାପରେ ସେମାନେ ଆଲୋଚନା ଚାହୁନାହାନାନ୍ତି। ସେମାନେ କେବଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ବିରୋଧୀ ସଦସ୍ୟଙ୍କ ଚିନ୍ତାଧାରା ସେମାନେ ପିନ୍ଧିଥିବା ପୋଷାକ ଭଳି କଳା ।




